କୁଆଖିଆ-୧୭ । ୧ : ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ପଂଚାୟତର କୋରକୋରା ଗ୍ରାମରେ ବିଜେ କରୁଥିବା ମା ତାରିଣୀ ଦେବୀ ଙ୍କ ୧୩ ତମ ବାର୍ଷିକ ମହାଯଜ୍ଞ ଆଜି ଉଦଯାପିତ ହେଇଛି । କର୍ତା ଚୈତନ୍ୟ ନାୟକ , କର୍ତି ମମତା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ବିଶ୍ୱ ଶାନ୍ତି ଯଜ୍ଞ ଅନୁଷ୍ଠିତ ହେଉଅଛି । ଆଂଚଳିକ କମିଟି କୋରକୋରା କପାଳି , ନୁଆ ହାଟ , ଟାକୁଆ ଠେଙ୍ଗ ର ସକି୍ରୟ ସଭ୍ୟ ମାନେ ସମାଜରୁ ହିଂସା ଦ୍ୱେଷ ପରଶ୍ରୀ କାତରତା ଭଳି ଅମାନବୀୟ ଚିନ୍ତା ଧାରାରୁ ବାଦ ଦେଇ ମାଁ ଙ୍କ ଶରଣାପନ୍ନ ହେଲେ ଜୀବନରେ ଶାନ୍ତି ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରଖି ପୁଜା କାର୍ଯ୍ୟ ଜାରୀ ରଖିିଛନ୍ତି । ବିଭିନ୍ନ ଦିନରେ ଚିଦାନନ୍ଦ ସ୍ୱାମୀଙ୍କ ପ୍ରବଚନ ନଟବର ଜେନାଙ୍କ ପାଲା ସନ୍ତୋଷ ଚୈତନ୍ୟ ଙ୍କ ପ୍ରବଚନ ପ୍ରକାଶ ସ୍ୱାଇଁଙ୍କ ପାଲା ଦର୍ଶକଙ୍କ ମନମୋହିଥିଲା । ଯଜ୍ଞ ସ୍ଥଳରେ ତିନିଦିନ ଧରି ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଏଥିରେ ପୁଜକ ଧନେଶ୍ୱର ପଣ୍ଡା,ହେମନ୍ତ ପଣ୍ଡା,ତରୁଣ କୁମାର ଶତପଥି,ବୈକୁଣ୍ଠ ଶତପଥି,ଧିରେନ୍ଦ୍ର ଶତପଥି,ଜଗନ୍ନାଥ ପଣ୍ଡା,ଆନନ୍ଦ ପଣ୍ଡା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନା କରୁଛନ୍ତି । ସଭାପତି ମହେଶ୍ୱର ସ୍ୱାଇଁ ସମ୍ପାଦକ ଦୁଃଶାସନ ସ୍ୱାଇଁ , କୋଷାଧ୍ୟକ୍ଷ ଶେଷଦେବ ସ୍ୱାଇଁ , ଶତୃଘନ ସ୍ୱାଇଁ , ବ୍ରଜକିଶୋର ସାହୁ ,ବୃନ୍ଦାବନ ସ୍ୱାଇଁ , ଭାଷ୍କର ସ୍ୱାଇଁ , ବୃନ୍ଦାବନ ବାରିକ , ରମେଶ ସ୍ୱାଇଁ , ସତ୍ୟବ୍ରତ ନାୟକ,କ୍ଷୀରୋଦ ସ୍ୱାଇଁ,ବ୍ରଜ କିଶୋର ସାହୁ,ଅଲେଖ ସାହୁ,ସୁବାସ ମଳିକ,ପ୍ରଫୁଲ୍ଲ ସ୍ୱାଇଁ , ଅରୁଣ ସ୍ୱାଇଁ , ଘନ ଶ୍ୟାମ ନାୟକ, ମଦନ ସାହୁ , ମୋହନ ସ୍ୱାଇଁ ,ସୁନନ୍ଦ ମଳିକ ,ହୃଷିକେଶ ସ୍ୱାଇଁ ପ୍ରମୁଖ କୋରକୋରା, କପାଳି ଗ୍ରାମ ଆଖ ପାଖ ଅଂଚଳର ସମସ୍ତ ସଭ୍ୟ ଯାଗ ଯଜ୍ଞ କାର୍ଯ୍ୟରେ ସହଯୋଗ କରିଥିଲେ । ଜଗତ ଜନନୀ କରୁଣାମୟୀ ମା ତାରିଣୀ ଦେବିଙ୍କ ପିଠରେ ପ୍ରତିଦିନ ସନ୍ଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦେଖିବାକୁ ଜନ ଗହଳି ହେଉଛି