Odisha news

ରାକେଶ ମେମୋରିଆଲ କ୍ରିକେଟ କପ ଟୁର୍ଣ୍ଣାମେଂଟ

0

କୁଆଖିଆ-୧୭/୦୧ :  ରସୁଲପୁର ବ୍ଲକ ଅନ୍ତର୍ଗତ ପଂଚାୟତ ପାରିକଇଁଚି ଗ୍ରାମ ସୁବର୍ଣ୍ଣ ମୁଖି କ୍ରିକେଟ କ୍ଲବ ଆନୁକୁଲ୍ୟରେ ୧୨ ତମ ବାର୍ଷିକ ରାକେଶ ମେମୋରିଆଲ କପ କ୍ରିକେଟ ଟୁର୍ଣ୍ଣାମେଂଟର ତିନିଦିନ ଧରି ଆରମ୍ଭ ହୋଇଛି । ଆଜି ବମ୍ପୁ କ୍ରିକେଟ କ୍ଲବ ୧୦ ଓଭରରେ ୧୩୯ ରନ କରିଥିବା ବେଳେ ଦଳର ସଂଜିବ ବଳ ୨୮ ବଲରୁ ୮୧ ରନ କରିଥିଲେ । ଜବାବରେ ତରାପୁର ସମସ୍ତ ଉଇକେଟ ହରାଇ ୯୪ ରନ କରିଥିଲା । ଏହାପରେ ତେଲି ବାହାଳି ଟସ ଜିତି ୧୦ ଓଭରରେ ଚାରି ଉଇକେଟ ହରାଇ ୧୦୯ ରନ କରିଥିବା ବେଳେ ଭଦ୍ରକର ଓଡିଶା ୧୧ ସମସ୍ତ ଉଇକେଟ ହରାଇ ୮୬ ରନ କରିଥିଲା । ପ୍ରଥମ ମ୍ୟାଚ ବାର୍ଲାିଙ୍ଗି ହିଙ୍ଗୁଳା କ୍ରିକେଟ ଗନ୍ଦଣକୁ ପରାସ୍ତକରି ବିଜୟି ହୋଇଛି ।

ପ୍ରଥମେ ବାର୍ଲିାଙ୍ଗି ହିଙ୍ଗୁଳା ବ୍ୟାଟିଙ୍ଗ କରି ୧୦ ଓଭରରେ ୯ ଉଇକେଟ ହରାଇ ୧୨୭ ରନ କରିଥିଲା ଦଳର ସଶାନ୍ତ ମହାରଣା ୧୧ ବଲରୁ ୩୩ ରନ କରିଥିଲେ । ଜବାବରେ ଗନ୍ଦଣ ୯.୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୭୧ ରନ କରି ପରାସ୍ତ ହୋଇଛି । ଆଜି ଅତିଥି ଭାବେ ଯୁବ ବିଜେଡି ସଭାପତି ପ୍ରଶାନ୍ତସାମଲ,ପ୍ରଧାନ ଶିକ୍ଷକ ରବିନ୍ଦ୍ର ମିଶ୍ର,ପ୍ରଦିପ କୁମାର ସାମଲ ,ଦିନ ବନ୍ଧୁ ବୋଇତେଇ ଯୋଗଦେଇ ଖେଳାଳୀଙ୍କୁ ଉସôାହିତ କରିଥିଲେ । ଉକ୍ତ ମ୍ୟାଚକୁ ଅମ୍ପିୟାର ସୌମ୍ୟରଂଜନ ପଟନାୟକ ,ରାଜକିଶୋର ସାହୁ କ୍ରିକେଟ କ୍ଲବର ନରେଶ ବୋଇତେଇ,ବିଜନ ବୋଇତେଇ,ମନୋଜ ବିଶ୍ୱାଳ ରାଜକିଶୋର ସାହୁ,ସୌମ୍ୟରଂଜନ ବୋଇତାଇ,ରାକେଶ ବେହୁରିଆ,ମନୋରଂଜନ ବେହୁରା,ଆଦିତ୍ୟ ସାମଲ ସମସ୍ତ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply