ସୁବାସ ବୋଷଙ୍କୁ ସାରା ଭାରତ ବର୍ଷରେ ସମସ୍ତେ ନେତାଜୀ ନାମରେ ଜାଣନ୍ତି l ସେ ନିର୍ଭିକ ଓ ଜ୍ଞାନୀ ବ୍ୟକ୍ତି ଭାବରେ ଜଣାଶୁଣା ଥିବା କାରଣରୁ ଭାରତର ସ୍ୱାଧିନତାରେ ଗୋଟିଏ ମହତ୍ୱ ପୁର୍ଣ ଭୂମିକା ଗ୍ରହଣ କରିଥିଲେ l ବିଶ୍ୱ ଇତିହାସରେ ମଧ୍ୟ ସୁବାସ ବୋଷଙ୍କର ନିର୍ଭିକ କାର୍ଯ୍ୟର ଉଦାହରଣ ରହିଛି l ୨୩ ଜାନୁଆରୀ ୧୮୯୭ ରେ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ l ସେ ପିଲାଟି ଦିନରୁ ତାଙ୍କ ପିତାଙ୍କ ଦ୍ୱାରା ଅନୁ ପ୍ରଣୀତ ହୋଇ ନିର୍ଭିକ ଶୋଭାବର ଥିଲେ l ତାଙ୍କ ପିତାଙ୍କ ନାମ ଥିଲା ଜାନକୀନାଥ ବୋଷ ,ସେ ଜଣେ ସରକାରୀ ଓକିଲ ଭାବରେ କଟକ ଜିଲ୍ଲା ନ୍ୟାୟାଳୟରେ କାର୍ଯ୍ୟ କରୁଥିଲେ ଓ ତାଙ୍କ ମା ଙ୍କ ନାମ ଥିଲା ପ୍ରଭାବତୀ ଦେବୀ l ସୁବାସ ବୋଷ ନିଜର ପ୍ରାରମ୍ଭିକ ଶିକ୍ଷା କଟକର କଲଜୀଏଟ ସ୍କୁଲରେ ସମାପ୍ତ କରିଥିଲେ ଓ ପରେ କଲିକତାରେ ବିଶ୍ୱ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ l
ସେ ଦର୍ଶନ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ l ସେ ଜଣେ ବୀର ଓ ମହତ୍ୱ ଆକାଂକ୍ଷୀ ଭାରତୀୟ ଯୁବକ ଥିଲେ ,ଯିଏ ସଫଳତା ପୂର୍ବକ ଆଇ ସି ଏସ ପରୀକ୍ଷାରେ ଉତୀର୍ଣ୍ଣ ହେବାପରେ ମଧ୍ୟ ସ୍ୱାଧୀନତା ପାଇଁ ନିଜ ମାତୃ ଭୂମିକୁ ଇଂରେଜ କବଳରୁ ମୁକ୍ତ କରିବା ପାଇଁ ଚାକିରୀ ଛାଡି ଦେଇଥିଲେ l ସେ ଏହା ପରେ ଅସହଯୋଗ ଆନ୍ଦୋଳନରେ ଯୋଡି ହୋଇଥିଲେ l ସେ ପ୍ରଥମେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ପରେ ଭାରତୀୟ ଜାତୀୟ କଂଗ୍ରେସରେ ମଧ୍ୟ ଯୋଗ ଦେଇଥିଲେ l ୧୯୩୦ ରେ ମହାତ୍ମା ଗାନ୍ଧୀଙ୍କ ସହିତ ମତଭେଦ ହେବ କାରଣରୁ କଂଗ୍ରେସ ଅଧକ୍ଷ ପଦରୁ ଇସ୍ତପା ଦେଇଥିଲେ l ଏହାପରେ ସେ ଭାରତ ମାତାକୁ ସ୍ୱାଧୀନତା ଦେବା ପାଇଁ କ୍ରାନ୍ତିର ବାଟ ଆପଣାଇଲେ l ନିଜର ଗୋଟିଏ ଦଳ ଗଠନ କଲେ ଯାହାର ନାମ ଥିଲା “ଆଜାଦ ହିନ୍ଦ ଫୌଜ”l
କାରଣ ସେ ଭାବୁଥିଲେ ଯେ ଭାରତକୁ ଗୋଟିଏ ସ୍ୱାଧୀନ ଦେଶ ଭାବରେ ପରିଚୟ ଦେବା ପାଇଁ ଗାନ୍ଧିଜୀଙ୍କ ଅହିଂସା ନୀତି ସକ୍ଷମ ନୁହେଁ l ସେ ବ୍ରିଟିଶ ଶାସନ ସହିତ ଲଢ଼ିବା ପାଇଁ ଏହି ଶକ୍ତିଶାଳୀ ଫୌଜକୁ ନିର୍ମାଣ କଲେ l ସେ ଏହା ପରେ ଜର୍ମାନୀ ଯାଇ ସେଠାରେ ଥିବା କିଛି ଭାରତୀୟ ଯୁଦ୍ଧ ବନ୍ଦୀଙ୍କୁ ଓ ସେଠାରେ ରହୁଥିବା ଭାରତୀୟ ମାନଙ୍କ ସାହାଯ୍ୟରେ ରାଷ୍ଟ୍ରୀୟ ସେନାର ନିର୍ମାଣ କରିଥିଲେ l ହିଟଲର ଦ୍ୱାରା ନିରାଶ ହେବ ପରେ ଜାପାନ ଯାଇଥିଲେ ,ନିଜର ଭାରତୀୟ ଭାଇ ଭଉଣୀ ମାନଙ୍କ ପାଇଁ ରାଷ୍ଟ୍ରୀୟ ସେନାରେ ସାମିଲ କରିବା ପାଇଁ ଦିଲ୍ଲୀ ଚଲୋ ନାର ଦେଇଥିଲେ l ଯେଉଁଠାରେ ଆଜାଦ ହିନ୍ଦ ଫୌଜ ଓ ଏଙ୍ଗ୍ଲୋ ଆମେରିକାନଙ୍କ ମଧ୍ୟରେ ହିଂସା ମୂଳକ ଲଢେଇ ହୋଇଥିଲା l ସେ ସର୍ବଦା ଭାରତୀୟ ମାନଙ୍କୁ କହୁଥିଲେ ତମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବୀ l ନେତାଜୀଙ୍କର ସାହସିକ କାର୍ଯ୍ୟ ଆଜି ମଧ୍ୟ ଲକ୍ଷ ଲକ୍ଷ ଭାରତୀୟ ଯୁବକଙ୍କ ପାଇଁ ପ୍ରେରଣା ହୋଇ ରହିଛି l