Odisha news

ବିଧାୟିକାଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ, ମୋ ବଗିଚା କାର୍ଯ୍ଯାଦେଶ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ଉଦଘାଟନ ଓ ଶିଳାନ୍ୟାସ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶନିବାର ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ମୋ ବଗିଚା ପାଇଁ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ବିଧାୟିକା ବ୍ଲକ କାର୍ଯ୍ଯାଳୟରେ ଉପସ୍ଥିତ ରହି ୮୦ ଟି ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୮୦୦ ମହିଳାଙ୍କୁ ମୋ ଉପକାରୀ ବଗିଚା ହିତାଧିକାରୀ ଭାବେ ୧୦ ହଜାର ଟଙ୍କାର କାର୍ଯ୍ୟାଦେଶ ବାଣ୍ଟିଥିଲେ। ଏହାପରେ ବେଗୁନିଆପଡ଼ା ପଞ୍ଚାୟତର ବେଗୁନିଆପଡ଼ା ମା ମଙ୍ଗଳା ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ ପାଣ୍ଠିରୁ ନବ ନିର୍ମିତ ହୋଇଥିବା ଗୋଷ୍ଠୀ ସାଧନ କେନ୍ଦ୍ରକୁ ଉଦ୍ ଘାଟନ କରିଥିଲେ। ଏଥି ସହିତ ସିଦ୍ଧେଶ୍ୱର ମନ୍ଦିର ଆଗରେ ଥିବା ପୋଖରୀର ସୌନ୍ଦର୍ଯ୍ୟ କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲେ। ରାଜ୍ୟ ଅର୍ଥ କମିଶନ ଓ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ଯୟରେ ଏହି ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ବିଧାୟିକାଙ୍କ ଗସ୍ତ ସମୟରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ବେଗୁନିଆପଡ଼ା ସରପଞ୍ଚ ଅରୁଣ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply