Odisha news

ସ୍ୱାଧୀନତାର ସ୍ୱାଦ ଦେଇ କୁଆଡେ ଗଲ ହେ ମହାନାୟକ

0

୨୩ ଜାନୁଆରୀ ୧୮୯୭ ଦିନଟି ବିଶ୍ୱ ଇତିହାସରେ ସ୍ଵର୍ଣ ଅକ୍ଷରରେ ଅଙ୍କିତ ହୋଇଛି l ଏହି ଦିନ ସ୍ୱତନ୍ତ୍ରତା ଆନ୍ଦୋଳନର ମହାନାୟକ ସୁବାସ ଚନ୍ଦ୍ର ବୋଷ ଓଡ଼ିଶାର କଟକ ଜିଲ୍ଲାରେ ଧରାବତରଣ କରିଥିଲେ lତାଙ୍କର ପିତାଙ୍କ ନାମ ଥିଲା ଜାନକୀନାଥ ବୋଷ ଜଣେ ପ୍ରସିଦ୍ଧ ଓକିଲ ଥିଲେ ଓ ମାତାଙ୍କ ନାମ ଥିଲା ପ୍ରଭାବତିଦେବୀ l ପିଲାଟି ଦିନରୁ ସୁବାସ ବୋଷ ନିଜ ପିତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ l ଦେଶ ଭକ୍ତିର ଭାବନା ତାଙ୍କ ମନରେ ସବୁବେଳେ ଜାଗ୍ରତ ହେଉଥିଲା l ତାଙ୍କ ପିତା ନିଜର ଦେଶ ପ୍ରେମ ଯୋଗୁଁ ଇଂରେଜ ମାନଙ୍କର ଦମନଚକ୍ର ଯୋଗୁଁ ବିରୋଧ କରି “ରାୟବାହାଦୁର “ଉପାଧି ଫେରାଇ ଦେଇଥିଲେ l

ଏହାଦ୍ୱାରା ସୁବାସ ବୋଷଙ୍କ ମନରେ ଇଂରେଜ ମାନଙ୍କ ପ୍ରତି କ୍ରୁରତା ଭରି ଦେଲା l ସେ କଟକର କଲଜୀଏଟ ସ୍କୁଲ୍ ରେ ନିଜର ଶିକ୍ଷା ସମାପ୍ତ କଲାପରେ ରେଭେନ୍ସା ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ସମାପ୍ତ କରିଥିଲେ l ପିଲାଟି ଦିନରୁ ସେ ଅତ୍ୟନ୍ତ ଦୁଃସାହସୀ ଥିଲେ ଓ ଇଂରେଜ ମାନଙ୍କ କାର୍ଯ୍ୟ କଳାପ ପ୍ରତି ସର୍ବଦା ତାଙ୍କ ମନରେ ଆକ୍ରୋଶ ଭାବ ଭରି ରହିଥିଲା lତେଣୁ ସେ ଭାରତକୁ ସ୍ୱାଧୀନତା ଦେବା ପାଇଁ ଆଇସିଏସ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ମଧ୍ୟ ଚାକିରିରୁ ଇସ୍ତଫା ଦେଇଥିଲେ l

ଏହି କଥାକୁ ନେଇ ତାଙ୍କ ପିତା ତାଙ୍କର ମନୋବଳ ବଢ଼ାଇବାକୁ ଯାଇ କହିଥିଲେ ,ଯେତେବେଳେ ତମେ ଦେଶ ସେବା କରିବା ପାଇଁ ମନ ସ୍ଥିର କରିସାରିଛ ,ତେବେ କେବେବି ଏହି ପଥରୁ ଓହରି ଯିବନାହିଁ l ୧୯୩୮ ରେ ତାଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ ଭାବରେ ବଛା ଯାଇଥିଲା l ସେ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ମତେ ସ୍ୱାଧୀନତା ସଂଗ୍ରାମ ଲଢ଼ିବାର ଅଛି l ଆମର ଏହି ଲଢେଇ କେବଳ ବ୍ରିଟିଶ ସାମ୍ରାଜ୍ୟବାଦ ସହ ନୁହେଁ ଏହି ଲଢେଇ ଆମର ବିଶ୍ୱ ସାମ୍ରାଜ୍ୟବାଦ ସହିତ l ୧୬ ମାର୍ଚ୍ଚ ୧୯୩୯ ରେ ସୁବାସ ବୋଷ ନିଜ ପଦବୀରୁ ଇସ୍ତଫା ଦେଇ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ l

ସେ ଏହି ଦଳରେ ଭାରତର ଯୁବକ ମାନଙ୍କୁ ସାମିଲ କରିଥିଲେ l ସେ ଯୁବକ ମାନଙ୍କୁ କହିଥିଲେ ତମେ ମତେ ରକ୍ତ ଦିଅ ,ମୁଁ ତୁମକୁ ସ୍ୱାଧୀନତା ଦେବି l ୧୨ ଡିସେମ୍ବର ୧୯୪୪ ରେ ରଙ୍ଗୁନ ଠାରେ ସହିଦ ଯତୀନ ଦାସଙ୍କ ସ୍ମୃତି ଦିବସରେ ନେତାଜୀ ଅତ୍ୟନ୍ତ ଭାବ ବିହ୍ଵଳ ହୋଇ କହିଥିଲେ ଯେ “ବର୍ତମାନ ଆମର ସ୍ୱାଧୀନତା ନିଶ୍ଚିତ ,କିନ୍ତୁ ସ୍ୱାଧୀନତା ବଳିଦାନ ମାଗିଥାଏ l ତେଣୁ ତମେ ମତେ ରକ୍ତ ଦିଅ ମୁଁ ତମକୁ ସ୍ୱାଧୀନତା ଦେବୀ l ଶୁଣିବାକୁ ମିଳିଥିଲା ଯେ ୧୬ ଅଗଷ୍ଟ ୧୯୪୫ ରେ ଟୋକିଓ ରେ ତାଇହୋକୁ ବିମାନ ବନ୍ଦରରେ ତାଙ୍କର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ଯାଇଥିଲା l କିନ୍ତୁ ଆଜି ମଧ୍ୟ ୨୩ ଜାନୁଆରୀ ଦିନ ସେହି ମହାପୁରୁଷଙ୍କୁ ଏହି ଭାରତୀୟ ମାନେ ମନେ ପକାଇଥାନ୍ତି l

Leave A Reply