Odisha news

ଆଦର୍ଶ ଶିକ୍ଷକ ଗୋକୁଳ ଙ୍କ ପରଲୋକ

0

ନର୍ଲା – ( ତ୍ରିଲୋଚନ ଗଉଡ)ତା -୧୪.୦୧.୨୦୨୧ : ନର୍ଲା ବ୍ଲକ ର ଜଣାଶୁଣା ଫୁଟବଲ ଖେଳାଳି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଳ  ଚନ୍ଦ୍ର ପୁଝାରି (୭୨ ) ଗତ ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ବିଶାଖାପାଟଣାମ  ନେଉଥିବା ସମୟରେ ଅଧ ବାଟରେ ତାଙ୍କ  ମୃତ୍ୟୁ ହୋଇଥିଲା । ପ୍ରକାଶ ଥାଉକି ଯେ ତାଙ୍କର ପେଟବ୍ୟଥା ହେଉଥିବାରୁ ତାଙ୍କୁ ଭାବନିପାଟଣା ସଦର ମୁଖ୍ୟ ଡାକ୍ତର ଖାନା କୁ ନିଆଯାଇଥିଲା ।

ତାଙ୍କର ପେଟ ବ୍ୟଥା ଗୁରୁତର ହେବାରୁ ତାଙ୍କୁ ବିଶାଖା ପାଟଣାମ  ରେଫର  କରାଗଲା । ରାୟଗଡା ଓ ଟିକିରି ମଝିରେ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ସେ ଜଣେ ମେଳାପୀ ,ନିଷ୍ଠାପର ବ୍ୟକ୍ତି ,କ୍ରୀଡାବିତ ,ଆଦର୍ଶ ଶିକ୍ଷକ ଥିବାରୁ ତାଙ୍କ ମୃତ୍ୟୁ ରେ ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପରିବାର ର ସମସ୍ତ ସଦସ୍ୟ ତଥା ନର୍ଲା ଅଞ୍ଚଳ ର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ତାଙ୍କୁ ସେଷ ଦର୍ଶନ କରିଥିଲେ । ନିଜସ୍ଵ ଜମିରେ ଶବ ଦାହ  କରାଯାଇଥିଲା । ବଡ ପୁତ୍ର ସମୀର ପୁଝାରି ମୁଖାଗ୍ନି ଦେଇଥିଲେ ।

 

 

ତ୍ରିଲୋଚନ ଗଉଡ

Leave A Reply