ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିର ସହିତ ଗୌରବମୟ କେରଳ ପରିଦର୍ଶନ ବିଶାଖାପାଟଣା ବୋର୍ଡିଙ୍ଗ ପଏଣ୍ଟ ଠାରୁ :
ଦ୍ଵାରକା-ସୋମନାଥ ମନ୍ଦିର ସହିତ ଜ୍ୟୋତିର୍ଲିଙ୍ଗ ଏବଂ ଷ୍ଟାଚ୍ୟୁ ଅଫ ୟୂନିଟି ପରିଦର୍ଶନ ଭୁବନେଶ୍ୱର ବୋର୍ଡିଙ୍ଗ ପଏଣ୍ଟ ଠାରୁ :
√● IRCTC ଦ୍ୱାରା ଇକୋନୋମି ଶ୍ରେଣୀ ବିମାନ ଭଡା ସହିତ ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍ |
√● 3 ଷ୍ଟାର ହୋଟେଲରେ ରହିବା ବ୍ୟବସ୍ଥା |
√● 25 ଫେବୃଆରୀ ବିଶାଖାପାଟନମରୁ ବୋର୍ଡିଂ ପଏଣ୍ଟ ଯାତ୍ରା ଆରମ୍ଭ ଏବଂ 2 ମାର୍ଚ୍ଚ, 2021 ରେ ଶେଷ |
√● 19 ମାର୍ଚ୍ଚ ଭୁବନେଶ୍ୱରରୁ ବୋର୍ଡିଂ ପଏଣ୍ଟ ଯାତ୍ରା ଆରମ୍ଭ ଏବଂ 23 ମାର୍ଚ୍ଚ, 2021 ରେ ଶେଷ |
√● ସାଧାରଣ ଲୋକ ବିଶାଖାପାଟଣା ବୋର୍ଡିଙ୍ଗ ପଏଣ୍ଟ ଠାରୁ କେରଳର ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନଗୁଡିକ ଏବଂ ଭୁବନେଶ୍ୱର ବୋର୍ଡିଙ୍ଗ ପଏଣ୍ଟ ଠାରୁ ଦ୍ଵାରକା-ସୋମନାଥ ମନ୍ଦିର ସହିତ ଜ୍ୟୋତିର୍ଲିଙ୍ଗ ଏବଂ ଷ୍ଟାଚ୍ୟୁ ଅଫ ୟୂନିଟି ପରିଦର୍ଶନ ଅତି ସୁଲଭ ମୂଲ୍ୟରେ ପରିଦର୍ଶନ କରିବା ପାଇଁ ଅତି ବିରଳ ସୁଯୋଗ |
ଭାରତୀୟ ରେଳବାଇ ଟୁରିଜିମ ଏବଂ କ୍ୟାଟରିଂ କର୍ପୋରେସନ (ଆଇଆରସିଟିସି) ସୁଲଭ ମୂଲ୍ୟରେ ଦୁଇଟି ଟୁରିଷ୍ଟ ପ୍ୟାକେଜ ବିମାନ ଭଡା ସହିତ ଉପଲବ୍ଧ କରାଇଅଛି – ମ୍ୟାଜେଷ୍ଟିକ କେରଳ ସହିତ ଶ୍ରୀ ପଦ୍ମନାଭସ୍ୱାମୀ ଦର୍ଶନ ଓ ହାଉସ ବୋଟ ରହଣି ଏବଂ ଗୁଜରାଟର ଦ୍ଵାରକା-ସୋମନାଥ ମନ୍ଦିର ଓ ଜ୍ୟୋତିର୍ଲିଙ୍ଗ ଦର୍ଶନ ସହିତ ଷ୍ଟାଚ୍ୟୁ ଅଫ ୟୂନିଟି ପରିଦର୍ଶନ |
ମ୍ୟାଜେଷ୍ଟିକ କେରଳ ସହିତ ଶ୍ରୀ ପଦ୍ମନାଭସ୍ୱାମୀ ଦର୍ଶନ –
ଶ୍ରୀ ପଦ୍ମନାଭସ୍ୱାମୀଙ୍କ ଦର୍ଶନ ସହିତ ଗୌରବମୟ କେରଳ ପରିଭ୍ରମଣ ପାଇଁ ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଟୁର୍ ପ୍ୟାକେଜ ଏବଂ ହାଉସ ବୋଟ୍ ରହଣିବ୍ୟବସ୍ଥା |
5 ରାତି 6 ଦିନ ପାଇଁ ଏହି ପ୍ୟାକେଜ୍ 25 ଫେବୃଆରୀରେ ବିଶାଖାପାଟନମ୍ ଠାରୁ ଆରମ୍ଭ ହେବ ଏବଂ 2 ମାର୍ଚ୍ଚ 2021 ରେ ଶେଷ ହେବ | ଏହି ମାର୍ଗରେ କୋଚିରେ ଗୋଟିଏ ରାତି ରହିବା, ମୁନ୍ନାରରେ ଦୁଇ ରାତି, ଆଲେପ୍ପିରେ ଗୋଟିଏ ରାତି ଏବଂ ତ୍ରିଭାନ୍ଦ୍ରମରେ ଗୋଟିଏ ରାତି ଅନ୍ତର୍ଭୁକ୍ତ |
ଡଚ୍ ପ୍ୟାଲେସ୍, ସେଣ୍ଟ୍ ଫ୍ରାନ୍ସିସ୍ ଚର୍ଚ୍ଚ, ସାଣ୍ଟା କୄଜ୍ ବେସିଲିକା, ମ୍ୟାଟୁପେଟ୍ଟି ଡ୍ୟାମ୍, ଇକୋ ପଏଣ୍ଟ, ରୋଜ୍ ଗାର୍ଡେନ୍, କୋଭାଲାମ ବିଚ୍ ଏବଂ ପଦ୍ମନାଭସ୍ୱାମୀ ମନ୍ଦିର ପରି ପର୍ଯ୍ୟଟନ ତଥା ଧାର୍ମିକ ଗନ୍ତବ୍ୟସ୍ଥଳ ଏହି ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ।
ଜଣିକିଆ ପ୍ୟାକେଜ୍ ମୂଲ୍ୟ 35,860 / – ହେବ, ଦୁଇ ଜଣିଆ ପାଇଁ ପ୍ରତ୍ୟକ 26960 / – ଏବଂ ତିନିଜଣିଆ ପାଇଁ ପ୍ରତ୍ୟକ 25870 ଟଙ୍କା ମୂଲ୍ୟ ହେବ | ପ୍ୟାକେଜରେ ଇକୋନୋମି କ୍ଲାସରେ ବିମାନ ଟିକେଟ୍, 3 ଷ୍ଟାର ହୋଟେଲରେ ନାଇଟ୍ ରହଣି, ଦର୍ଶନୀୟ ସ୍ଥାନ, 5 ଜଳଖିଆ ଏବଂ 5 ରାତ୍ରୀ ଭୋଜନ, ପାର୍କିଂ ଏବଂ ଟୋଲ୍ ଚାର୍ଜ ଇତ୍ୟାଦି ଅନ୍ତର୍ଭୁକ୍ତ |
ଗୁଜରାଟର ଦ୍ଵାରକା-ସୋମନାଥ ମନ୍ଦିର ଓ ଜ୍ୟୋତିର୍ଲିଙ୍ଗ ଦର୍ଶନ ସହିତ ଷ୍ଟାଚ୍ୟୁ ଅଫ ୟୂନିଟି-
4 ରାତି 5 ଦିନ ପାଇଁ ଏହି ପ୍ୟାକେଜ୍ 19 ମାର୍ଚ୍ଚରେ ଭୁବନେଶ୍ୱର ଠାରୁ ଆରମ୍ଭ ହେବ ଏବଂ 23 ମାର୍ଚ୍ଚ 2021 ରେ ଶେଷ ହେବ | ଏହି ମାର୍ଗରେ ଅହମଦାବାଦରେ ଗୋଟିଏ ରାତି ରହିବା, ଦ୍ଵାରକାରେ ଗୋଟିଏ ରାତି, ସୋମନାଥରେ ଗୋଟିଏ ରାତି ଏବଂ ପୋରବନ୍ଦରରେ ଗୋଟିଏ ରାତି ଅନ୍ତର୍ଭୁକ୍ତ |
ଷ୍ଟାଚ୍ୟୁ ଅଫ ୟୂନିଟି, ଦ୍ୱାରକାଧିଶ ମନ୍ଦିର, ନାଗେଶ୍ୱର ଓ ସୋମନାଥ ଜ୍ୟୋତିର୍ଲିଙ୍ଗ, କୀର୍ତ୍ତି ମନ୍ଦିର, ଅକ୍ଷ୍ୟରଧାମ ମନ୍ଦିର ପରି ପର୍ଯ୍ୟଟନ ତଥା ଧାର୍ମିକ ଗନ୍ତବ୍ୟସ୍ଥଳ ଏହି ପ୍ୟାକେଜରେ ଅନ୍ତର୍ଭୁକ୍ତ ହେବ।
ଜଣିକିଆ ପ୍ୟାକେଜ୍ ମୂଲ୍ୟ 33,730 / – ହେବ, ଦୁଇ ଜଣିଆ ପାଇଁ ପ୍ରତ୍ୟକ 27560 / – ଏବଂ ତିନିଜଣିଆ ପାଇଁ ପ୍ରତ୍ୟକ 26650 ଟଙ୍କା ମୂଲ୍ୟ ହେବ | ପ୍ୟାକେଜରେ ଇକୋନୋମି କ୍ଲାସରେ ବିମାନ ଟିକେଟ୍, 3 ଷ୍ଟାର ହୋଟେଲରେ ନାଇଟ୍ ରହଣି, ଦର୍ଶନୀୟ ସ୍ଥାନ, 5 ଜଳଖିଆ ଏବଂ 5 ରାତ୍ରୀ ଭୋଜନ, ପାର୍କିଂ ଏବଂ ଟୋଲ୍ ଚାର୍ଜ ଇତ୍ୟାଦି ଅନ୍ତର୍ଭୁକ୍ତ |