Odisha news

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଅଲୋକିକରଣ

0

କଟକ(Rajesh Kumar Lenka): – ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଉପକଣ୍ଠ ଇଶାଣିବ୍ରହ୍ମପୁର ପଂଚାୟତର ନାରାୟଣ ମନ୍ଦିର  ସନ୍ନିକଟ ମୁଖ୍ୟରାସ୍ତା ତଥା ୱାର୍ଡ ନମ୍ବର ୪ ଓ ୭ ଆଲୋକର ଆବଶ୍ୟକତାଥିବା ବିଭିନ୍ନ ସ୍ଥାନରେ ୩୫ୱ!ଟ ବିଶିଷ୍ଟ ୪ଟି ବିଜୁଳିବତ୍ତି ପରିଷଦର କାର୍ଯ୍ୟକର୍ତା ରଂଜନ ବିଶୋଇ, ରମେଶ ସେଠୀ, ସୁଧିର ରଂଜନ ଆଚାର୍ଯ୍ୟ, କରୁଣାକର ବେହେରା, ମଣିଆ ମୁଦୁଲି, ଶ୍ରୀଧର ସେଠୀ, ସରୋଜକାନ୍ତ ଦାସ,ଜୟଦେବ ସେଠୀ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂଯୋଗୀକରଣ କରାଯାଇଛି ! ଏହି ମହତ ଚିନ୍ତାଧାରାକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯିବାସହ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସଂକୃତିର ପୁନରୁଦ୍ଧାର,ସାହିତ୍ୟସେଵା, ସମାଜସେଵା,ବୃକ୍ଷରୋପଣ, ରକ୍ତଦାନ ମହାସେବା,ଶିକ୍ଷାର ବିକାଶ,କରୋନା ସଚେତନତା ଆଦି ବହୁବିଧ ସେଵାକାର୍ଯ୍ୟ ସମସ୍ତ ଅଞ୍ଚଳରେ ଜାରିରଖି ବହୁଜନ ସୁଖୟ ବହୁଜନ ହିତାୟର ଶୋଭନୀୟ ଚିନ୍ତା ଚେତନା ପ୍ରକଟ କରିବାକୁ କାର୍ଯ୍ୟକର୍ତା ମାନକୁ ବିନମ୍ର ନିବେଦନ କରିଛନ୍ତି !

Leave A Reply