ଆକାଶୁ ସୂରୁଜ କହେ ଶୁଭ ସକାଳ
କୁହୁଡି ଢାଳଇ ଅତର ।
ସାଗୁଆ ଲତା ମୁରୁକି ହସୁଅଛି
ଏ କଅଁଳ ପାନ ପତର ।..
ଭାଇ କରନାହିଁ ଜମା ଏ ଦୁଃଖ ରେ
ପୁରୁଣା ହୋଇବ କଥାରେ
ଦେଖ ନୂଆ ସକାଳ ଆସୁଚି ନାଇ
ସୁନା ମୁକୁଟ ତା ମଥାରେ ।..
ସୁଖ ପସରା ରେ ହସ ଖୁସି ଭରି
ଆମ ପାଇଁ ସିଏ ଆଣିଛି
ସକାଳ ସୂରୁଜ ସେହି କଥା କହି
ସୁନେଲି କିରଣ ବୁଣୁଛି ।..
କାଳିଆ ଠାକୁର ତାର ବଡ ଦେଉଳୁ
ଆଶିଷ ପଠେଇ ଦେଇଛି
ଯେତେ ଥିଲା ଆମ ଦୁଃଖ ର ସମୟ
ଧୀରେ ଧୀରେ ଚାଲି ଯାଉଛି ।..
ଶୁଭ ସକାଳ ର ଶୁଭ ମୁହୂର୍ତ୍ତ ରେ
ମନ ଖୋଲି ତୁମେ ହସରେ
ଆଜି ପରା ଏହି ପୂରୁଣା ବରଷ
ହେଉଅଛି ପରା ଶେଷରେ ।..
***** ଅକ୍ଷୟ ପଣ୍ଡା
