ବେତନଟୀ, ୩୧/୧୨ : ବେତନଟୀ ବ୍ଲକ ବିଜେଡି ସଭାପତି ଚୟନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ପୂର୍ବରୁ ପାଞ୍ଚ ଜଣଙ୍କ ନାମ ଆଗକୁ ଆସୁ ଥିଲା । ସେମାନେ ହେଲେ ପୂର୍ବତନ ବ୍ଲକ ସଭାପତି ଜ୍ୟୋତିକାନ୍ତ ସାମଲ, ପୂର୍ବତନ ବ୍ଲକ ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ପୂର୍ବତନ ବ୍ଲକ ସଭାପତି ସୁନ୍ଦର ମୋହନ ମହାନ୍ତ, ଏସଏସ ନଣ୍ଡାଶୋଳର ପୂର୍ବତନ ସମିତି ସଭ୍ୟ ହରେକୃଷ୍ଣ ବେହେରା ଓ ବେତନଟୀର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯାମିନୀକାନ୍ତ ନାଏକ ବୋଲି ଜଣା ପଡିଛି ।
ତେବେ ଏବେ ଏହି ପ୍ରସଙ୍ଗ ଦଳର ହାଇ କମାଣ୍ଡଙ୍କ ନଷ୍ପତ୍ତିକୁ ଅପେକ୍ଷା କରି ଥିବାର ଜଣା ପଡିଛି । ତେବେ ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଜ୍ୟୋତିକାନ୍ତ ସାମଲ ଓ ମୃତ୍ୟୁଞ୍ଜୟ ମିଶ୍ର ଦଳର ବରିଷ୍ଠ କର୍ମୀ ଓ ସଂଗଠନ ଚଳାଇବାରେ ଦୃଢ଼ ଅଭିଜ୍ଞତା ରହିଛି । ସେହିପରି ପୂର୍ବତନ ବ୍ଲକ ସଭାପତି ସୁନ୍ଦରମୋହନ ମହାନ୍ତ ଜଣେ ଛାତ୍ର ନେତା ତେଣୁ ଯୁବ ଓ ଛାତ୍ରଙ୍କ ମଧ୍ୟରେ ତାଙ୍କର ପ୍ରଭାବ ରହିଛି । ଯାମିନୀକାନ୍ତ ନାଏକ ଓ ହରେକୃଷ୍ଣ ବେହେରା ଯୁବ ନେତୃତ୍ୱ ହୋଇ ଥିଲେ ମଧ୍ୟ ସେମାନେ ପୂର୍ବରୁ ଦଳର ବ୍ଲକ ଦାୟୀତ୍ୱ ନେଇ ନାହାଁନ୍ତି । ତେଣୁ ଅଭିଜ୍ଞତା ଭିତ୍ତିର ସଭାପତି ଚୟନ ହେଲେ କାହା ମୁଣ୍ଡରେ ସୁନା କଳସ ଦଳର ସୁପ୍ରିମୋ ମାନେ ଢ଼ାଳିବେ ତାକୁ ନେଇ ଏବେ କର୍ମୀ ମାନଙ୍କ ମଧ୍ୟରେ ଚର୍ଚ୍ଚ ଯୋର ଧରିଛି ।