ପୁରୀ,୩୧ା୧୨ :ଆସନ୍ତାକାଲି ଇଂରାଜୀ ନୂତନ ବର୍ଷ ୨୦୨୧ । ନୂତନ ବର୍ଷରେ ଶ୍ରୀମନ୍ଦିର ସମ୍ମଖୁର ପତିତପାବନ ଦର୍ଶନ ସାଙ୍ଗଙ୍କୁ ବ୍ଲୁଫ୍ଲାଗ୍ ବିଚ୍ର ମାନ୍ୟତା ପାଇଥିବା ପୁରୀ ସମୁଦ୍ରବେଳାଭୂମୀକୁ ଉପଭୋଗ କରିବା, କୋଣାର୍କରେ ସୂର୍ଯ୍ୟମନ୍ଦିର ପରିଦର୍ଶନ ଓ ଚନ୍ଦ୍ରାଭାଗାର ମନୋରମ ଦୃଶ୍ୟଦେଖିବା ଲାଗି ଜମିଲାଣି ଆଗନ୍ତୁକମାନଙ୍କ ଭିଡ଼ । ପୁରୀ କୋଣାର୍କ ବେଳାମାର୍ଗରେ ଲାଗିଛି ଭୋଜି ଭାତର ଆସର । ପ୍ରଶାସନ ପକ୍ଷରୁ ପୁରୀରେ ଜିରେନାଇଟ୍ ସେଲିବ୍ରେସନ ଉପରେ କଟକଣା ଜାରି କରାଯାଇଛି । କୋଭିଡ଼ି ନିୟମ ମାନିବା ,ମାସ୍କପରିଧାନ ଓ ସାମାଜିକ ଦୂରତ୍ୱ ବଜାୟରଖିବାକୁ ପ୍ରଶାସନ ଗୁରୁତ୍ୱାରୋପ କରିଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଆଜି ରାତି ରାତି ୧୦ଟା ଠାରୁ ଆସନ୍ତାକାଲି ଭୋର ୫ଟା ପର୍ଯ୍ୟନ୍ତ ରାତ୍ର କାଳୀନ କର୍ଫୁ୍ୟ ଜାରି କରାଯାଇଛି ।
ଏଥିରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ବଲଓନ୍ତସିଂ ପୁରୀବାସୀଙ୍କୁ ନିବେଦନ କରିଛନ୍ତି । ଏକ ଭିଡ଼ିଓ ବାର୍ତ୍ତାରେ ଜିଲ୍ଲାପାଳ କହିଛନ୍ତିଯେ, ୨୦୨୦ର କରୋନା ଜନିତ କଟକଣା ପାଳନରେ ପୁରୀବାସୀ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିଛନ୍ତି । ମହମାରୀ କରୋନାର ପ୍ରତିରୋଧ କରିବା ଲାଗି ରାଜ୍ୟସରକାରଙ୍କ ପକ୍ଷରୁ ଜାନୁୟାରୀମାସ ଲାଗି ରାତ୍ରକାଳୀନ କର୍ଫୁ୍ୟ କଟକଣା ଭଳି ପଦକ୍ଷେପ ନିଆଯାଇଛି । ତଦନୁଯାୟୀ ପୁରୀରେ ଜାରି କରାଯାଇଥିବା କଟକଣାରେ ଜିଲ୍ଲାବାସୀ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ ଆସନ୍ତା ଜାନୁୟାରୀ୨୦୨୧ ଇଂରାଜୀ ନବବର୍ଷ ଲାଗି ସେ ଜିଲ୍ଲବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ରକୁ ସଜାଇବାରେ ପ୍ରଶାସନ ଅବହେଳା ପ୍ରଦର୍ଶନ କରିନାହିଁ । ଭୂବନେଶ୍ୱର ଆଡ଼ୁ ପୁରୀ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ପୁରୀ ପ୍ରବେଶପଥ ଅଠରନଳା ସେତୁକୁ ବିଭିନ୍ନପ୍ରକାର ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜ୍ିତ କରାଯାଇଛି । ସେତୁ ନିକଟସ୍ଥ ଗରୁଡ଼ ମୂତ୍ତିକୁ ବିଭିନ୍ନ ଆଲାକମାଳାରେ ସଜାଇଦିଆ ଯାଇଛି ।
ସଂରକ୍ଷଣ ଓ ମରାମତିପାଇଁ ଗତ ୨୪ ତାରିଖରୁ ଏହି ସେତୁଦେଇ କୌଣସି ଯାନବାହନ ଚଳାଚଳକୁ ବାରଣ କରାଯାଇଛି । ମଦଳା ପାଞ୍ଜିର ତଥ୍ୟ ଅନୁଯାୟୀ୧୩୦୦ ମସିହାରେ ନିର୍ମିତ ଏହି ପ୍ରାଚୀନ ପୋଲକୁଏଏସ୍ଆଇ ପକ୍ଷରୁ ଜରତୀୟ କିର୍ତ୍ତରାଜିର ମାନ୍ୟତା ମିଳିଛି । ଅଠରନଳାପୋଳ ଉପରୁ ଶ୍ରୀମନ୍ଦିରର ଦଧିନଉତି ଓ ନୀଳ ଚକ୍ର ଦୃଶ୍ୟମାନ ହୋଇଥାଏ । ପୁରାତନ କିମ୍ବଦନ୍ତୀ ଅନୁଯାୟୀ ଖ୍ରାଷ୍ଟାଦ୍ଦ୯୭୫ରୁ୯୯୫ ମଧ୍ୟରେ ତତ୍କାଳୀନା ରାଜାମତ୍ସ୍ୟକେଶରୀ ମଧୁପୁର ନଦୀ ଉପରେ ଏହି ପୋଲ ନିର୍ମାଣ କରିଥିଲେ । ଏହିପୋଲର ୧୮ଟି ଫୁକାର ଥିବାବେଳେ ଏହାର ଖିଲାଣ ନଥାଇ ପଥରରେ ଲହୁଡ଼ିମୁଦ କରାଯାଇ ତିଆରି ହୋଇଥିଲା । ଏହାର ଲମ୍ବ୮୫ ମିଟର ହୋଇଥିବାବେଳେ ଓସାର ୧୧ମିଟର । ଏହି ପୋଲର ୧୯ ଟି ଖମ୍ବଥିବାଳେ ପାଣି ଯିବା ପାଇଁ ୧୮ଟି ନଳା ରହିଛି ।