ନୂଆଦିଲ୍ଲୀ ; ପଡୋଶୀ ମହିଳାଙ୍କୁ ପ୍ରେମ କରିବା ପାଇଁ ଜଣେ ବ୍ୟକ୍ତି ଘର ତଳେ ସୁଡ଼ଙ୍ଗ ପ୍ରସ୍ତୁତ କରିଥିଲେ l ଏହି ମାମଲାଟି ହେଉଛି ମେକ୍ସିକୋର ,ସେଠାରେ ରହୁଥିବା ଏଲ୍ବଟ ନାମକ ବ୍ୟକ୍ତି ପାମେଲା ନାମକ ପଡୋଶୀ ମହିଳାଙ୍କ ଘରକୁ ଯିବା ପାଇଁ ସୁଡ଼ଙ୍ଗ ତିଆରି କରିଥିଲେ l କାରଣ ସେ ପାମେଲାଣକୁ ଭଲ ପାଉଥିଲେ l ଏହି ଘଟଣା ବିଷୟରେ ସେତେବେଳେ ଜଣା ପଡିଲା ଯେଉଁଦିନ ପାମେଲାଙ୍କ ସ୍ୱାମୀ ନିଜ କାମରୁ ଜଲ୍ଦି ଫେରି ଆସିଥିଲେ l ସେ ନିଜ ପତ୍ନୀଙ୍କୁ ଏଲ୍ବଟ ସହିତ ଧରିଥିଲେ l ଜର୍ଜ ଦେଖିଲେ ଯେ ଏଲ୍ବଟ ଗୋଟିଏ କାଉଚ ପଛପଟେ ଲୁଚିଛନ୍ତି ଓ ଅଚାନକ ଉଭାନ ମଧ୍ୟ ହୋଇଗଲେ l
ଜର୍ଜ ନିଜ ବେଡ଼ ରୁମ୍ ଭିତରେ ଏଲ୍ବଟଙ୍କର ଏହିଭଳି ଉଭାନ ହୋଇଯିବାକୁ ନେଇ ଅନେକ ସମୟ ପର୍ଯ୍ୟନ୍ତ ଖୋଜିଥିଲେ ,କିନ୍ତୁ ପାଇ ନଥିଲେ l ନିଜ ଘରୁ ଅଚାନକ ଭାବରେ ଜଣେ ବ୍ୟକ୍ତି ଏହିଭଳି ଗାୟବ ହୋଇଯିବା ପରେ ଜର୍ଜଙ୍କ ମୁଣ୍ଡ ବିଗିଡି ଯାଇଥିଲା l ଏହା ପରେ ସେ ବେଡ଼ ରୁମ୍ ର ପ୍ରତେକଟି ଜିନିଷକୁ ଉଠାଇ ତନତନ କରି ଖୋଜିବାକୁ ଲାଗିଲେ ,ଯେତେବେଳେ କାଉଚଟି ଉଠାଇ ଦେଇ ଛନ୍ତି ତା ତଳେ ଗୋଟିଏ ସୁଡ଼ଙ୍ଗ ପାଇଥିଲେ l ଏହା ପରେ ଜର୍ଜ ସୁଡ଼ଙ୍ଗ ଦେଇ ଆଗକୁ ଚାଲିବାକୁ ଲାଗିଲେ ଏବଂ ସେ ଏଲ୍ବଟଙ୍କ ଘରେ ପହଞ୍ଚି ଯାଇଥିଲେ l ଗଣମାଧ୍ୟମ ରିପୋର୍ଟ ଅନୁସାରେ ସୁଡଙ୍ଗଟିକୁ ଖୁବ ଭଲ ଭାବରେ ତିଆରି କରାଯାଇଥିଲା l ଏଲ୍ବଟ ଜର୍ଜଙ୍କୁ ଅନୁରୋଧ କରିଥିଲେ ଯେ ତାଙ୍କ ପତ୍ନୀଙ୍କ ସହିତ ସମ୍ପର୍କକୁ ନେଇ ସେ କାହାରି ଆଗରେ ନକୁହନ୍ତୁ l କିନ୍ତୁ ଜର୍ଜ ଏହି ବିଷୟରେ ପୋଲିସକୁ ସୂଚନା ଦେଇଥିଲେ l