Odisha news

କରୋନାରୁ ରକ୍ଷା ପାଇବାପାଇଁ ପ୍ରତେକ ଦିନ ପିଉଥିଲେ ୭ ଲିଟର ପାଣି : ଶେଷରେ ଭର୍ତି ହେଲେ ICU ରେ

0

ନୂଆଦିଲ୍ଲୀ : ପାଣି ପ୍ରତ୍ୱେକଟି ଜୀବିତ ପ୍ରାଣୀ ମାନଙ୍କର ଅସ୍ତିତ୍ବ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ,ଏହାକୁ କହିବା ଆବଶ୍ୟକ ନାହିଁ କିନ୍ତୁ ଯଦି କୌଣସି ଜିନିଷର ଅଧିକ ମାତ୍ରାରେ ସେବନ କରା ହୋଇଥାଏ ତେବେ ତାର ଖରାପ ପ୍ରଭାବ ପଡିଥାଏ l ଏହି ନିୟମତି ପାଣି ପାଇଁ ମଧ୍ୟ ଲାଗୁ ହୋଇଛି l ନିକଟରେ ଗୋଟିଏ ଏହି ଭଳି ଘଟଣା ଦେଖିବାକୁ ମିଳିଥିଲା ଯେତେବେଳେ ଇଂଲଣ୍ଡର ଜଣେ ବ୍ୟକ୍ତି ଅଧିକ ପାଣି ପିଇବା ଦ୍ୱାରା ଗମ୍ଭୀର ଭାବରେ ଡାକ୍ତରଖାନାରେ ଭର୍ତି ହୋଇଥିଲେ l ୩୪ ବର୍ଷୀୟ ଲିୟୁଙ୍କ ବିଲିୟନ ଇଂଲଣ୍ଡର ବ୍ରିଷ୍ଟଲ ସହରରେ ନିଜ ପରିବାର ସହିତ ରୁହନ୍ତି l

ବ୍ରିଟେନରେ କରାଯାଇଥିବା ପ୍ରଥମ ଲକଡାଉନ ସମୟରେ ଲିୟୁକଙ୍କୁ ଲାଗୁଥିଲା କି ସେ କରୋନା ପଜିଟିଭି ହୋଇ ସାରିଛନ୍ତି l ତେଣୁ ସେ ଚିନ୍ତା କଲେ ଯଦି ସେ ନିଜର ପାଣି ପିଇବାର ମାତ୍ରାକୁ ଅଧିକ ବଢ଼ାଇ ଦେବେ ତେବେ କରୋନାରୁ ମୁକ୍ତି ପାଇବା ପାଇଁ ସଫଳ ହେବେ l ସାଧାରଣତଃ ଗୋଟିଏ ସାମାନ୍ୟ ଲୋକଙ୍କୁ ଦିନକୁ ୩ ରୁ ୪ ଲିଟର ପାଣି ପିଇବା ପାଇଁ କୁହାଯାଇଥାଏ l କିନ୍ତୁ ଲିୟୁକ ଦିନକୁ ପାଖାପାଖି ୭ ଲିଟର ପାଣି ପୀୟୂଥିଲେ l ଏହି କାରଣରୁ ତାଙ୍କ ଶରୀରରେ ସୋଡିୟମର ସ୍ତର ଭୟଙ୍କର ଭାବରେ କମ ହୋଇ ଯାଇଥିଲା l ଏହି କାରଣରୁ ଲିୟୁକ ଦିନେ ମୁଣ୍ଡ ବୁଲାଇ ତଳେ ପଡି ଗଲେ l

ଲିୟୁକଙ୍କ ପତ୍ନୀ ଦେଖିଥିଲେ ଯେ ଲିୟୁକ ଗାଧୋଇବାକୁ ବାଥରୁମ ଯାଇଛନ୍ତି ସେ ବାଥରୁମ ମଧ୍ୟରେ ଲିୟୁକଙ୍କ ପଡ଼ିବାର ଶବ୍ଦ ଶୁଣିଥିଲେ l ଲକଡାଉନ ଚାଲିଥିବା କାରଣରୁ ସେ ତାଙ୍କ ପଡୋଶୀଙ୍କ ସାହାଯ୍ୟ ନେଇପାରି ନଥିଲେ l ଏହା ପରେ ସେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ,ଆମ୍ବୁଲାନ୍ସଟି ୪୫ ମିନିଟ ପରେ ପହଞ୍ଚିଥିଲା l ଆମ୍ବୁଲାନ୍ସର ଆସିବା ବହୁ ପୂର୍ବରୁ ଲିୟୁକ ବେହୋସ ହୋଇ ଯାଇଥିଲେ l ଯେତେବେଳେ ଲିୟୁକଙ୍କ ପତ୍ନୀ ଡାକ୍ତର ଖାନାରେ ପହଂଚିଥିଲେ ଡାକ୍ତରମାନେ କହିଥିଲେ ଯେ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ସୋଡିୟମର ସ୍ତର କମି ଯାଇଛି l ଏହା ପରେ ଲିୟୁକଙ୍କୁ ICU ରେ ଭେଣ୍ଟିଲେଟର ସାହାଯ୍ୟରେ ରଖା ଯାଇଥିଲା l ଏହା ପରେ ବିଭିନ୍ନ ପ୍ରକାର ଟେଷ୍ଟ ସାହାଯ୍ୟରେ ତାଙ୍କୁ ଠିକ କରାଯାଇଥିଲା l

Leave A Reply