Odisha news

୨୦୨୦ ବର୍ଷ ର ବିଦାୟ ଉତ୍ସବ ପାଳନ ପାଇଁ ଚଳଚଂଚଳ ମା ରାମଚଣ୍ଡୀ ପୀଠ, ଶୃଙ୍ଖଳୀତ ଟ୍ରାଫିକି ବ୍ୟବସ୍ଥା

0
କୋଣାର୍କ :  ଆଉ  ଦିନ ପରେ ଆରମ୍ଭ ହେବ ନୂଆବର୍ଷ। ୨୦୨୦ କୁ ବିଦାୟ ଜଣାଇ୨୦୨୧ କୁ ସ୍ଵାଗତ କରିବେ ସାରା ଦେଶବାସୀ। ତେଣୁ ଏହି ବିଶେଷ  ମୁହୂର୍ତ୍ତ ରେ ଉତ୍ସବ ମୁଖରିତ ହୋଇ ପଡିଛି ମା ରାମଚଣ୍ଡୀ ପୀଠ। ଯେଉଁଥି ପାଇଁ ମା ରାମଚଣ୍ଡୀ ପୀଠ ରେ ଲାଗିଛି ଶ୍ରଦ୍ଧାଳୁ ପର୍ଯ୍ୟଟକ ଙ୍କ ଭିଡ। ମା ଙ୍କ ଦର୍ଶନ ସହିତ ମା ଙ୍କ ପୀଠ ରେ ଭୋଜି ଭାତ ର ଆସର ଜମିବାରେ ଲାଗିଛି।
ଶ୍ରଦ୍ଧାଳୁ ଙ୍କ ଗହଳି ବଢିବା ସହିତ ମନ୍ଦିର ମଧ୍ୟରେ   କୋଭିଡ଼ କଟକଣା ଲାଗୁ କରାଯାଇଛି ଯାହାକି ପର୍ଯ୍ୟଟକ ଙ୍କ ସୁରକ୍ଷା ପାଇଁ ମାସ୍କ ବ୍ୟବହାର କୁ ଗୁରୁତ୍ଵ ଦିଆଯାଇଛି  ଏବଂ ଶ୍ରଦ୍ଧାଳୁ ମାନେ ଶାନ୍ତି ପୂର୍ଣ୍ଣ ଭାବେ ମା ଙ୍କ ଦର୍ଶନ କରୁଚନ୍ତି ବୋଲି କହିଛନ୍ତି ମନ୍ଦିର ପୂଜକ ଚିତ୍ର ସେନ ପଣ୍ଡା।
ଅନ୍ୟପଟେ ଦୀର୍ଘ ଦିନ ପରେ ମା ଙ୍କୁ ଦର୍ଶନ କରି ଭକ୍ତ ମାନେ ଭାବ ବିଭୋର ହୋଇ ପଡ଼ିଚନ୍ତି।
ଚଳିତ ବର୍ଷ କୋଭିଡ୍ କୁ ଦୃଷ୍ଟି ରେ ରଖି କିଭଳି ଭାବେ ଜନଗହଳି କୁ ରୋକା ଯାଇପାରିବ ସେ ନେଇ ରାମଚଣ୍ଡୀ ପୋଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବା ସହ ରାସ୍ତାର ଉଭୟ ପାର୍ଶ୍ବରେ  ରାମଚଣ୍ଡୀ ପୋଲିସ୍ ର ଏକ ଟିମ୍ ବେଆଇନ୍ ପାର୍କିଂ କୁ ହଟାଇବା ସହିତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଟ୍ରାଫିକ  ବ୍ୟବସ୍ଥାକୁ ଶୃଙ୍ଖଳୀତ ଭାବେ  ପାର୍କିଂ ର ଖୋଲା ସ୍ଥାନରେ  ରଖାଯାଇ ଗହଳିକୁ ନିୟନ୍ତ୍ରଣ କରାଯାଉଥିବା ରାମଚଣ୍ଡି ଥାନା ଅଧିକାରୀ ଶରତ କୁମାର ନାୟକ ସୂଚନା ଦେଇଛନ୍ତି।
Leave A Reply