ଭୁବନେଶ୍ୱର,ତା.୩୦/୧୨: ବିଶିଷ୍ଟ ଓଡିଆ ସଙ୍ଗୀତ ନିଦେ୍ର୍ଦଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାୟକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ମହାପାତ୍ର ଜଣେ ଲୋକପ୍ରିୟ ସଙ୍ଗୀତ ନିଦେ୍ର୍ଦଶକ ଏବଂ ଗାୟକ ଭାବେ ବେଶ ଜଣାଶୁଣା ଥିଲେ । ୧୯୩୬ ମସିହାରେ ସୂର୍ଯ୍ୟମୁଖୀ କଥାଚିତ୍ରରୁ ସଙ୍ଗୀତକାର ଭାବେ ଜୀବନ ଆରମ୍ଭ କରିଥିବା ଶାନ୍ତନୁ ୫୦ରୁ ଅଧିକ କଥାଚିତ୍ର ଏବଂ ୧୯୦୦ରୁ ଅଧିକ ଗୀତରେ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି । ସେ ଓଡିଆ ବ୍ୟତୀତ ହିନ୍ଦୀ, ବେଙ୍ଗଲୀ, ଆସାମୀ, ତେଲୁଗୁ ଆଦି ଭାଷାରେ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି । ୨୦୦୪ରେ ତାଙ୍କୁ ଲଳିତ କଳା ଏକାଡେମି ପୁରସ୍କାରରେ ସମ୍ମାନିତ କରାଯାଇଛି । ମୃତୁ୍ୟବେଳକୁ ସ୍ୱର୍ଗତଃ ମହାପାତ୍ରଙ୍କୁ ୮୪ ବର୍ଷ ହୋଇଥିଲା । ସ୍ୱର୍ଗତଃ ମହାପାତ୍ର ଓଡିଆ ସଙ୍ଗୀତ ଜଗତରେ ଏକ ଅପୂୂରଣୀୟ କ୍ଷତି । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାୟକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।