ଫୁଲବାଣୀ : କନ୍ଧମାଳ ଷ୍ଟାଡିୟମ ଇନଡୋର ହଲଠାରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ଆୟୋଜନରେ ଏକ ଜିଲ୍ଲା ସ୍ତରୀୟ ଯୁବ ପାର୍ଲ୍ୟାମେଣ୍ଟ ପ୍ରତିଯୋଗୀତା ୱେବିନାର ଜରିଆରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ରାଜ୍ୟ ନିଦେ୍ର୍ଧଶକ ବିମଲ ପାଟି୍ରକ ସାହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ସମ୍ବଲପୁର ଦୁର୍ନିତି ନିବାରଣ ବିଭାଗର ଏସପି ଶ୍ରୀମତୀ ସାରା ଶର୍ମା,କୋରାପୁଟ ଏବଂ ସୋନପୁର ଯୁବ ଅଧିକାରୀ ଦାୟୀତ୍ୱରେ ଥିବା ରାଜମୃତେଶ ପାଢୀ,ବିଜୟ କୁମାର ମହାପାତ୍ର,ଗଜପତି ଜିଲ୍ଲାର ଜେ ସତୀଶ,ଏବଂ ରାୟଗଡା ଜିଲ୍ଲାର ଯୁବ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାରୁ ୧୦ ଜଣ ଲେଖାଁଏ ଯୁବ ପ୍ରତିଯୋଗୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଯୋଗ ଦେଇଥିବା ପ୍ରତିଯୋଗୀ ମାନଙ୍କୁ ଏହାର ମୁଖ୍ୟ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ । ଅନୁଷ୍ଠିତ ପ୍ରତିଯୋଗୀତାର ବିଚାରପତି ଭାବରେ ବରିଷ୍ଠ ବୁଦ୍ଧିଜୀବି ଡ.ଅନନ୍ତ ଚରଣ ମିଶ୍ର,ଆଇନଜୀବି ବିଜୟକୃଷ୍ଣ ପଟ୍ଟନାୟକ,ନବୀନ କିଶୋର ପଣ୍ଡା,ଆଇନଜୀବି ରବିନ୍ଦ୍ର ନାଥ ମିଶ୍ର ଏବଂ ଡ.ଅରୁପ କୁମାର ଜେନା ପ୍ରମୁଖ ପ୍ରତିଯୋଗୀ ମାନ ମୁଲ୍ୟାଙ୍କନ କରିଥିଲେ । କାର୍ଯ୍ୟକ୍ରମଟି ନେହେରୁ ଯୁବ ସଂଗଠନର ଏନଏସଏସ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ନେହେରୁ ଯୁବ ସଂଗଠନ ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ଅତିଥି ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରକୁ ପରିଚାଳନା କରିଥିଲେ ।