Odisha news

ରିକାପଲ୍ଲୀ ହାଟ ଖୋଲିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

0

ଛତ୍ରପୁର ୨୯/୧୨ : ଦୀର୍ଘ ୯ ମାସ ହେଲା କରୋନା ମହାମାରୀ ଯୋଗୁଁ ଜୀବନ ଜିବିକା ହରାଇ ବସିଥିବା ଛତ୍ରପୁର ରିକାପଲ୍ଲୀ ହାଟ ବ୍ୟବସାୟୀ ମାନେ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ହାଟ ଖୋଲିବା ନିମନ୍ତେ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ କରୋନା ନିୟନ୍ତ୍ରଣ ହୋଇଥିବାରୁ ବିଭିନ୍ନ ବ୍ୟବସାୟୀ ମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲେ ସୁଦ୍ଧା ସେମାନଙ୍କୁ ହାଟ ରେ ବ୍ୟବସାୟ କରିବା ନିମନ୍ତେ ଅନୁମତି ମିଳିନାହିଁ ।

ଯାହା ଫଳରେ ଚଳିତ ବର୍ଷର ମାର୍ଚ୍ଚ ମାସଠାରୁ ସେମାନେ ଜିବିକା ହରାଇ ବିଭିନ୍ନ ଅସୁବିଧାର ସମ୍ମୁଖିନ ହୋଇ ଗତି କରିଆସୁଛନ୍ତି । ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ହେଉଛନ୍ତି । ତେଣୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ହାଟ ଖୋଲିବା ନିମନ୍ତେ ଅନୁମତି ଦେଲେ ସେମାନେ ହାଟରେ ବ୍ୟବସାୟୀ କରି ପରିବାର ପ୍ରତିପୋଷଣ କରି ପାରିବେ ।

ସପ୍ତାହର ପ୍ରତ୍ୟକ ଗୁରୁବାର ଦିନ ଛତ୍ରପୁର ରିକାପଲ୍ଲୀ ହାଟ ହୋଇଥାଏ । ଏହି ହାଟକୁ ଦୁର ଦୁରାନ୍ତରୁ ଏବଂ ସ୍ଥାନୀୟ ବ୍ୟବସାୟୀ ମାନେ ଆସି ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କରୋନା ଯୋଗୁଁ ବନ୍ଦ ହୋଇଥିବାରୁ ହାଟ ଏହାକୁ ତୁରନ୍ତ ଖୋଲିବା ନିମନ୍ତେ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ଦାବୀ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ରାଜେନ୍ଦ୍ର ମହାପାତ୍ର,ପ୍ରମୋଦ ମହାପାତ୍ର, ବିଶ୍ୱନାଥ ମହାଙ୍କୁଡ,ରବିନ୍ଦ୍ର ପଣ୍ଡା,ଏମ୍ ଭାସ୍କର,ସତ୍ୟ ବାଡତ୍ୟା,ବିନାୟକ ସାହୁଙ୍କ ସମେତ ବହୁ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ ।

Leave A Reply