Odisha news

ମା’ ଝାଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

0

ତିହିଡି,୨୯/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ମୂଷାଙ୍ଗ ମେଳନ ପଡିଆରେ ଆଜି ମା’ ଝାଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ତହସିଲଦାର ରମେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜସ୍ୱ ନିରୀକ୍ଷକ ମୀନକେତନ ଦାସ ଓ ଗୋପୀନାଥ ବାରିକ ଯୋଗ ଦେଇଥିଲେ ।

ପ୍ରଥମ ମ୍ୟାଚରେ ପୀରହାଟ କ୍ରିକେଟ ଟିମ୍ ୧୮ ରନ୍ରେ ସାବରଙ୍ଗ କି୍ରିକେଟ ଟିମକୁ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ତିହିଡି କଲେଜ ସ୍କୋୟାର କ୍ରିକେଟ ଟିମ୍ ୮ ଉଇକେଟରେ ତଳବନ୍ଧ କ୍ରିକେଟ ଟିମକୁ ପରାସ୍ତ କରିଥିଲା । ଅପୂର୍ବ ପାଣିଗ୍ରାହୀ, ସମ୍ବିତ କୁମାର ବଳ, ସନ୍ତୋଷ ସେଠୀ ମ୍ୟାଚ୍ ପରିଚାଳନା କରିଥିଲେ । ସତ୍ୟପ୍ରକାଶ ପାଣିଗ୍ରାହୀ, ଦେବାଶିିଷ ସେଠୀ, ସୁମିତ ବଳ, କାହ୍ନୁଚରଣ ବଳ, ଚିରଞ୍ଜିବୀ ଲେଙ୍କା, ମାନସ ନାୟକ, ସମ୍ପଦ ନାୟକ, ରତିକାନ୍ତ ସେଠୀ, ସୁଜିତ ବଳ ଓ ଆଶିଷ ସାହୁ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Leave A Reply