ତିହିଡି,୨୯/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପୂର୍ବତନ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ବାରିକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପା୍ରଥମିକ ଶିକ୍ଷକ ଭବନରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଭଜହରି ଦାସ ଅଧ୍ୟକ୍ଷତା କରିଥିଲେ ।
ମୁଖ୍ୟଅତିଥି ଭାବେ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଂଯୋଜିକା ଚାରୁଲତା ମହାପାତ୍ର, ମୁଖ୍ୟବକ୍ତା ଭାବେ ବ୍ଲକ ଶିକ୍ଷାଧିକାରୀ ମଧୁସୂଦନ ଷଣ୍ଢ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହରେନ୍ଦ୍ର ନାଥ ଗିରି ଓ ଲକ୍ଷ୍ମୀପ୍ରିୟା ମାଝୀ, ସଂଘର ଜିଲ୍ଲା ସଂପାଦକ ମନୋରଂଜନ ନାୟକ, ବ୍ଲକ ସଂପାଦକ ରମାକାନ୍ତ ଦାସ, କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ସଂଯୋଜକ ମନମାଳୀ ଦାସ ଓ ପ୍ରଫୁଲ କୁମାର ରାଉତ ଯୋଗ ଦେଇଥିଲେ ।
ଶିକ୍ଷକ ମାୟାଧର ସାହୁ ଅତିଥି ପରିଚୟ ଓ ଶିକ୍ଷକ ରାଜେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ମନ୍ମଥ କୁମାର ଦାସ, ବଂଶୀଧର ଦାସ, ଶ୍ରୀନାଥ ମଲ୍ଲିକ, ତ୍ରିନାଥ ସେଠୀ, ନୃସିଂହ ସାହୁ, ଧରଣୀଧର ଦାସ, ସୁକୁମାର ପତି, ଅନ୍ନପୂର୍ଣ୍ଣା ମହାନ୍ତି, ଅନ୍ନପୂର୍ଣ୍ଣା ସାହୁ, ସଙ୍ଗଠନ ସଂପାଦକ କୈଳାଶ ବେହେରା ଓ ଆଞ୍ଚଳିକ ସଂପାଦକ ପ୍ରଫୁଲ୍ଲ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।