Odisha news

ଷ୍ଟାଫ ସିଲେକ୍ସନ କମିଶନ ୨୦୨୦ : ୬୫୦୬ ପଦବୀ ପାଇଁ ଆବେଦନ କରିବାକୁ ସୂଚନା ଜାରି ହେଲା

0

ନୂଆଦିଲ୍ଲୀ :ଷ୍ଟାଫ ସିଲେକ୍ସନ କମିଶନ ୨୦୨୦ ନୋଟିସ :କର୍ମଚାରୀ ଚୟନ ଆୟୋଗ ଏସଏସସି ସିଜିଏଲ ୨୦୨୦ ପାଇଁ ନୋଟିଫିକେସନ ଜାରି କରାଯାଇଛି l ଏହା ସହିତ ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା ପାଇଁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କର ତାରିଖ ପାଇଁ ଅପେକ୍ଷାର ସମୟର ଅବସାନ ଘଟିଲା l ଅଧିକାରୀକ ନୋଟିଫିକେସନ ଅନୁସାରେ ଏସଏସସି ସିଜିଏଲ ୨୦୨୦ ର ଟିୟର-୧ ର ପରୀକ୍ଷା ୨୯ ମଇ ୨୦୨୧ ରୁ ୭ ଜୁନ ୨୦୨୧ ମଧ୍ୟରେ ଆୟୋଜିତ ହେବ l

ଏହି ପରୀକ୍ଷା କମ୍ପୁଟର ଉପରେ ଆଧାରିତ ହେବ l ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି l ଯୋଗ୍ୟ ଓ ଇଛୁକ ପାର୍ଥି ଅଧିକାରିକ ୱେବସାଇଟ ssc.nicin ଦିଆଯାଇଥିବା ନୋଟିଫିକେଶନକୁ ଆଧାର କରି ଆବେଦନ କରି ପାରିବେ l ଏହି ଆବେଦନର ଶେଷ ତାରିଖ ୩୧ ଜାନୁଆରୀ ୨୦୨୧ ନିର୍ଧାରିତ କରାଯାଇଛି l ଏଥିପାଇଁ ଗ୍ରୁପ ବି ଓ ଗ୍ରୁପ ସି ରେ ସମୁଦାୟ ୬୫୦୬ ପଦବୀ ପାଇଁ ପାର୍ଥି ମାନଙ୍କୁ ଭର୍ତି କରାଯିବ l

ପଦବୀ ଗୁଡିକର ବିବରଣୀ
ଗ୍ରୁପ -ବି ରେ ଗେଜେଟେଡ ଶ୍ରେଣୀରେ ୨୫୦ ପଦବୀ
ଗ୍ରୁପ -ବି ରେ ନନ ଗେଜେଟେଡ ଶ୍ରେଣୀରେ ୩୫୧୩ ପଦବୀ
ଗ୍ରୁପ -ସି ରେ ୨୭୪୩ ପଦବୀ
ଯୋଗ୍ୟତା ପାର୍ଥୀ ଯେକୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱ ବିଦ୍ୟାଳୟ କିମ୍ବା ଉଚ ଶିକ୍ଷା ସଂସ୍ଥା ଦ୍ୱାରା ଯେ କୌଣସି ବିଷୟରେ ସ୍ନାତକ ହାସଲ କରିଥିବା ଆବଶ୍ୟକ କିମ୍ବା ତାହାର ସମକକ୍ଷ କୌଣସି ଡିଗ୍ରୀ ହାସଲ କରିଥିବା ଉଚିତ l
ଆୟୁ ସୀମା -ଏହି ଆବେଦନ ପାଇଁ ପାର୍ଥୀ ମାନଙ୍କର ବୟସ ସୀମା ୧୮ ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ବଶ୍ୟକ l ବୟସର ଗଣତି ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ କରାଯିବ l କିନ୍ତୁ କିଛି ପଦବୀ ପାଇଁ ଅଧିକତମ ବୟସ ସୀମା ୩୦ ବର୍ଷ ମଧ୍ୟ ରଖ ଯାଇଛି l

ପଦବୀ ଗୁଡିକର ନାମ -ଏହି ଭର୍ତି ପାଇଁ ଜାରି ହୋଇଥିବା ନୋଟିଫିକେସନ ଅନୁସାରେ କେନ୍ଦ୍ର ସରକାର ଅଲଗା ଅଲଗା ବିଭାଗରେ ଇନ୍ସପେକ୍ଟର ସେଣ୍ଟ୍ରାଲ ଏକ୍ସାଇଜ ,ଆସିଷ୍ଟାଣ୍ଟ ଅଡ଼ିଟି ଅଫିସର ,ଆସିଷ୍ଟାଣ୍ଟ ଆକାଉଣ୍ଡ ଅଫିସର ,ଇନ୍ସପେକ୍ଟର ପ୍ରିଭେଣ୍ଟିଭ ଅଫିସର ,ଆସିଷ୍ଟାଣ୍ଟ ସେକ୍ସନ ଅଫିସର ,ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଏଗଜାମିନର ,ଇନକମ ଟ୍ୟାକ୍ସ ଇନ୍ସପେକ୍ଟର ,ସବ୍ ଇନ୍ସପେକ୍ଟର ସିବିଆଇ ,ଆସିଷ୍ଟାଣ୍ଟ ଏନ୍ଫୋର୍ସମେଣ୍ଟ ଅଫିସର ,ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ,ଇନ୍ସପେକ୍ଟର ଡାକ ବିଭାଗ ,ଡ଼ିଭିଜନାଲ ଆକାଉଂଟେଣ୍ଟ ,ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି l

Leave A Reply