Odisha news

ଜାତୀୟ କାଉନସିଲ ସଦସ୍ୟ ତଥା ବିଜେପି ନେତା ସୁବାସ ଚନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

0

ଭୁବନେଶ୍ୱର,ତା.୨୯/୧୨: ଜାତୀୟ କାଉନସିଲ ସଦସ୍ୟ ତଥା ବିଜେପି ନେତା ସୁବାସ ଚନ୍ଦ୍ର ପ୍ରଧାନଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତଃ ପ୍ରଧାନ ଜଣେ ଲୋକପ୍ରିୟ ନେତା ଓ ଦକ୍ଷ ସଙ୍ଗଠକ ଭାବେ ବେଶ ଜଣାଶୁଣା ଥିଲେ ।

ସେ ୧୯୬୮ ମସିହାରେ ଶ୍ରୀପଦଗଂଜ ପଂଚାୟତରେ ଜନସଂଘ ପକ୍ଷରୁ ସରପଂଚ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ । ସେ କୋଅପରେଟିଭ ସୋସାଇଟର ଡାଇରେକ୍ଟର, ଗୃହ ନିର୍ମାଣ ବିଭାଗର ସଭାପତି ଭାବେ ଦାୟୀତ୍ୱ ନେଇଥିଲେ । ୧୯୮୦ ମସିହା ପରଠାରୁ ସେ ବାରିପଦା ଜିଲ୍ଲା ବିଜେପିର ଜିଲ୍ଲା ଉପସଭାପତି, ଜିଲ୍ଲା କୋଷାଧ୍ୟକ, ଜିଲ୍ଲା ପ୍ରଭାରୀ ଭାବେ କାର୍ଯ୍ୟ କରିବା ସହ ବିଜେପିକୁ ସଙ୍ଗଠିତ କରିଥିଲେ ।

ତୃଣମୂଳସ୍ତରରେ ସେ ଅନେକ ଲୋକହିତକର କାର୍ଯ୍ୟ କରିଛନ୍ତି । ରାଜନୈତିକ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । ମୃତୁ୍ୟବେଳକୁ ସ୍ୱର୍ଗତଃ ପ୍ରଧାନଙ୍କୁ ୭୧ ବର୍ଷ ହୋଇଥିଲା । ସ୍ୱର୍ଗତଃ ପ୍ରଧାନଙ୍କ ବିୟୋଗରେ ଶ୍ରୀ ମହାନ୍ତି ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply