ଇଂ. ବିଦ୍ୟାଧର ପଣ୍ଡା, ଏମ୍. ଟେକ୍. ସିଭିଲ, ଏଲ୍. ଏଲ୍. ବି. : ଚାଲନ୍ତୁ ଯିବା ଦାରିଙ୍ଗବାଡି । ସେଠାକାର କଫି ବଗିଚାରେ ବସି ଦୂର ଦିଗ୍ବଳୟରେ ଉପରକୁ ଚଢୁଥିବା ସୂର୍ଯ୍ୟନାରାୟଣଙ୍କ କଅଁଳ କିରଣର ମଜାନେଇ ପୁରୁଣା ବର୍ଷକୁ ମେଲାଣି ଦେବା ସହ ନୂଆ ବର୍ଷକୁ ସ୍ୱାଗତ କଲେ କେମିତି ହୁଅନ୍ତା! ସେଠି ଗୋଟେ ଦିନ ରହି କୌଣସି ଏକ ଜଳପ୍ରପାତରେ ଭୋଜିକଲେ ନୂଆବର୍ଷର ଆରମ୍ଭ ଶୁଭ ହୁଅନ୍ତା । କନ୍ଧମାଳ ଜିଲ୍ଲାରେ ଅନେକ ଜଳପ୍ରପାତ । ଡ଼ିସେମ୍ବର ତା୧୫ରିଖ ରୁ ଜାନୁୟାରୀ ତା୨୬ରିଖ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଭ୍ରମଣ, ମଉଜ ମଜଲିସ୍ ଏବଂ ବଣଭୋଜିରେ ବ୍ୟସ୍ତ ରହିବା କଥା କିନ୍ତୁ କରୋନା କଟକଣା ପାଇଁ ୨୦୨୦ ଏବଂ ୨୦୨୧ ମସିହା ସନ୍ଧିକ୍ଷଣ ସମୟରେ ଲୋକମାନଙ୍କର ମନ ଭଲ ନାହିଁ ।
ବଣଭୋଜି ପାଇଁ ଦରକାର ପାହାଡ଼ ତଳେ ଥିବା ଡ଼େଙ୍ଗାଡ଼େଙ୍ଗା ଗଛର ଘନଜଙ୍ଗଲ ଭିତରେ ଛାଇ ହୋଇଥିବା ସମତଳ ଜାଗା ଏବଂ ପାଖରେ ଝରଣା କିମ୍ବା ଜଳାଶୟଟିଏ ଥିଲେ ବାସନକୁସନନ ମଜ୍ଜାମଜ୍ଜି ଠାରୁ ଆରମ୍ଭ କରି ହାତମୁହଁ ଧୁଆଧୁଇ କାମ ଚଳେ । ପ୍ରକୃତିରାଣୀର ଆଶୀର୍ବାଦରୁ କନ୍ଧମାଳ ଜିଲ୍ଲାରେ ଏପରି ଅନେକ ଜାଗା ଅଛି । କିନ୍ତୁ କିଛି ବିଶେଷ ଜାଗାରେ ଘଂଚଜଙ୍ଗଲ ସାଙ୍ଗକୁ ଜଳପ୍ରପାତ ସୃଷ୍ଟିହୋଇ ପରିବେଶଟିକୁ ଏତେ ସୁନ୍ଦର କରିଦେଉଛି ଥରେ ସେଠାରେ ପହଁଚିଗଲେ ସହଜରେ ଛାଡ଼ି ଆସିବାକୁ ଇଛା ହେବନାହିଁ । ସବୁଠାରୁ ଭଲକଥା ହେଲା ଏଇ ମନୋରମ ଜଳପ୍ରପାତ କନ୍ଧମାଳ ଜିଲ୍ଲାର ମୁଖ୍ୟାଳୟ ଫୁଲବାଣୀ ସହରରୁ ୨୫କି.ମି. ଦୂରତାର ବ୍ୟାସର୍ଦ୍ଧ ଭିତରେ ଅବସ୍ଥିତ । କନ୍ଧମାଳ ଜିଲ୍ଲାର ମୂଖ୍ୟ ସହର ଫୁଲବାଣୀକୁ ଆସିବାକୁ ହେଲେ କେବଳ ବସ୍ କିମ୍ବା ଟ୍ୟାକ୍ସିର ସାହାଯ୍ୟରେ ରାସ୍ତାଦେଇ ଆସି ବାକୁ ହୁଏ । କାରଣ ଏଠାକୁ କୌଣସି ରେଳ ଚଳାଚଳର ବନେ୍ଦାବସ୍ତ ଏପର୍ଯ୍ୟନ୍ତ ହୋଇ ପାରିନାହିଁ । କଟକ, ଭୁବନେଶ୍ୱର ଏବଂ ବରହ୍ମପୁର ସହ କନ୍ଧମାଳ ଜିଲ୍ଲାର ମୂଖ୍ୟାଳୟ ଫୁଲବାଣୀଟି ହାଇଟେକ୍ ବସ୍ ଓ ରାତ୍ରିସେବା ବସ୍ ଦ୍ୱାରା ସୁସଂଯୋଜିତ । ପ୍ରଥମେ ଦାରିଙ୍ଗବାଡି ଭ୍ରମଣ ସାରି ଦ୍ୱିତୀୟ ଦିନରେ କୌଣସି ଏକ ଜଳପ୍ରପାତ ପାଖରେ ବଣଭୋଜି କରି ଉପଭୋଗ କଲେ ଜୀବନସାରା ଦିନଟିର ନିଆରା ସ୍ମୃତି ଆଦୌ ଭୁଲିହେବନି ।
ଏମିତି ଏକ ଜଳପ୍ରପାତର ନାଁ ହେଲା ପୁତୁଡ଼ି । ଫୁଲବାଣୀ ସହରରୁ ପ୍ରାୟ ୧୫ କି. ମି. ଦୂରରେ । କନ୍ଧମାଳ ଜିଲ୍ଲାର ମୂଖ୍ୟ ସହର ଫୁଲବାଣୀରୁ ୭ କି. ମି. ଗୋଛାପଡ଼ା ରୋଡ଼ରେ ଗଲେ ପଡ଼େ ତୁଡ଼ିପାଜୁ ଗାଁ । ସେଇ ଗାଁ ପାଖରୁ ଡ଼ାହାଣ ପଟକୁ ଅଣଓସାରିଆ ପଥୁରିଆ ପାହାଡ଼ ଭିତର ରାସ୍ତାରେ ୮ କି. ମି. ଗଲେ ପଡ଼ିବ ପୁତୁଡ଼ି ଜଳପ୍ରପାତ – ବଣଭୋଜି ପାଇଁ ଗୋଟିଏ ଉକôୃଷ୍ଠ ଯାଗା । ପୁତୁଡ଼ି ଜଳପ୍ରପାତର ୫୦ମିଟର ପର୍ଯ୍ୟନ୍ତ ∙ରିଚକିଆ ଯାନ ବି ଯାଉଛି । ଫୁଲବାଣୀ ବସଷ୍ଟାଣ୍ଡରୁ ୧୫ କି.ମି. ଅନ୍ତରରେ ଏତେ ସୁନ୍ଦର ଜାଗାଟିଏ ଥିବାରୁ ଏବେଠାରୁ ଭ୍ରମଣକାରି ଓ ବଣଭୋଜି ପାଇଁ ଜନଗହଳି ଆରମ୍ଭ ହୋଇ ଗଳାଣି । ବିରାଟ ପାହାଡ଼ ପାଦଦେଶରେ ପୁତୁଡ଼ି ଜଳପ୍ରପାତଟି ସାଲୁଙ୍କି ନଦୀ ଶଯ୍ୟାର ଗୋଟିଏ ଅଂଶ ବିଶେଷ । କଳା ମଚମଚ ଗ୍ରାନାଇଟ ପଥର ଶଯ୍ୟାଉପରେ ପ୍ରାୟ ୨୫ଫୁଟ ତଳକୁ ଜଳରାଶି ପତିତ ହୋଇ ସୁନ୍ଦର ମନୋରମ ପରିବେଶ ସୃଷ୍ଠି କରୁଛି । ଘଂଚ ଜଙ୍ଗଲ ଭିତରର ଜଳବାୟୁ ବହୁତ ଅନୋଖା ଏବଂ ସ୍ୱଛତା ହିସାବରେ ବି ଜାଗାଟି ସରାହନୀୟ । ପ୍ରକୃତିରାଣୀର କମନୀୟ ସୁଢ଼ଳ ଶୋଭା ସହ ବଣଭୋଜି ପାଇଁ ଜାଗାଟି ଉକôୃଷ୍ଠ ।
ଅନ୍ୟଟି ର ନାଁ ହେଲା ପକଡ଼ାଝର । ଫୁଲବାଣୀ ସହରରୁ ପ୍ରାୟ ୨୧ କି. ମି. ଦୂରରେ । କନ୍ଧମାଳ ଜିଲ୍ଲାର ମୂଖ୍ୟ ସହର ଫୁଲବାଣୀରୁ ୧୯ କି. ମି. ଜାତୀୟ ରାଜପଥ ନଂ ୧୫୭ ଦେଇ ∙ରିଛକ ରୋଡ଼ରେ ଗଲେ ସୁଡ଼୍ରୃଗୁମ୍ପା ପରେ ପଡ଼େ ପାଣିସାର ଗାଁ । ସେଇ ଗାଁ ପାଖରୁ ବାମ ପଟକୁ ଅଣଓସାରିଆ ପଥୁରିଆ ପାହାଡ଼ ଭିତର ରାସ୍ତାରେ ୨ କି. ମି. ଗଲେ ପଡ଼ିବ ପକଡ଼ାଝର ଜଳପ୍ରପାତ – ବଣଭୋଜି ପାଇଁ ପ୍ରସିଦ୍ଧ ଜାଗା । ଜଳପ୍ରପାତର ୧୦୦ମିଟର ପର୍ଯ୍ୟନ୍ତ ∙ରିଚକିଆ ଯାନ ବି ଯାଉଛି । ଜଳପ୍ରପାତକୁ ପହଞ୍ଝିବାକୁ ହେଲେ ପାଖାପାଖି ୧୫୦ପାହାଚ ଓହ୍ଲାଇ ତଳକୁ ଆସିବାକୁ ହେବ । ପାହାଡ଼ରୁ ଜଳରାଶି ଏକତ୍ର ହୋଇ ଗୋଟିଏ ଜାଗାରେ ପ୍ରାୟ ୫୦ଫୁଟ ତଳକୁ ପଡ଼ୁଛି । ଏତଦ୍ୱାରା ୬୦୦ ବର୍ଗ ଫୁଟର ଗଭୀର ଜଳାଶୟ ତିଆରି ହୋଇଛି । କିନ୍ତୁ ଏହି ଜଳାଶୟର ପାଣି ଏତେ ଥଣ୍ଡା ଯେ ସେଥିରେ ସନ୍ତରଣ ସମ୍ଭବ ହେବନି । ବଣଭୋଜିପାଇଁ ଉପଯୋଗ କରିହେବ । କଳା ଗ୍ରାନାଇଟ ପଥର ଆବଡ଼ା ଖାବଡ଼ା ଶଯ୍ୟା ଉପରେ ପାହାଡ଼ ପାଦଦେଶରେ ତଳକୁ ତଳ ଜଳରାଶି ବୋହିଯାଇ ପରିବେଶଟିକୁ ସୁନ୍ଦର କରୁଛି । ଘଂଚଜଙ୍ଗଲ ଭିତରେ ଦିନ ଦ୍ୱିପ୍ରହର ବେଳା ବି ସୂର୍ଯ୍ୟଙ୍କର ପ୍ରଭାବ ଅନୁଭୁତ ହୁଏନି । ଅମାବାସ୍ୟା ପରି ଅନ୍ଧାର କରିବା ପାଇଁ ବୃକ୍ଷଲତା ଗୁଡ଼ିକ ପରଷ୍ପର ଭିତରେ ଛନ୍ଦି ହୋଇଯାଇଛନ୍ତି । ପ୍ରକୃତିରାଣୀର ସବୁଜ ଓଢ଼ଣୀ ଭିତରେ ଶୀତରୁତୁର ଅନୋଖା ଜଳବାୟୁ ଜାଗାଟକୁ ବଣଭୋଜି ପାଇଁ ସୃଷ୍ଟି ହେବା ପରିଲାଗେ ।
ଫୁଲବାଣୀ ସହର ନିକଟସ୍ଥ ଅନ୍ୟଏକ ସୁନ୍ଦର ଜଳପ୍ରପାତଟି ର ନାଁ ହେଲା ଉର୍ମାଗଡ଼ । ବହୁବର୍ଷ ତଳେ ଉର୍ମା ବୋଲି ଝିଅଟିଏ ପାଖ ଗାଁରୁ ତା’ର ସାଙ୍ଗ ମାନଙ୍କ ସହ ଜଳପ୍ରପାତର ଜଳାଶୟରେ ମାଛ ମାରିବାକୁ ଆସି ଆଉ ଘରକୁ ଫେରିନଥିଲା । ଆଖପାଖର ଜନଜାତୀର ଲୋକେ ଖୋଜିଖୋଜି ନପାଇବାରୁ ସିଏ ଗୋଟିଏ ଦେବୀ ଥିଲା ଏବଂ ସେଠାରେ ଉଭାନ ହୋଇଗଲା ବୋଲି ବିଶ୍ୱାସ କରି ତାରି ନାଁ ରେ ଜଳପ୍ରପାତଟିର ନାମକରଣ ଉର୍ମାଗଡ଼ କାରାଯାଇଛି ବୋଲି ଜନଶୃତି ଅଛି । ଫୁଲବାଣୀରୁ ୧୬ କି. ମି. ଗୋଛାପଡ଼ା ରାଜ୍ୟରାସ୍ତା ଦେଇ ଗଲେ ପଡ଼େ କଟ୍ରୀଂଗିଆ ଛକ । ସେଇ ଛକରୁ ବାମ ପଟକୁ ମାଟିଜଙ୍ଗଲ ÿ ଭିତର ରାସ୍ତାରେ ୯ କି. ମି. ଗଲେ ପଡ଼ିବ ଉର୍ମାଗଡ଼ ଜଳପ୍ରପାତ – ବଣଭୋଜି ପାଇଁ ଜିଲ୍ଲା ପସିଦ୍ଧ ଜାଗା । ଜଳପ୍ରପାତର ପୁରା ନିକଟକୁ ∙ରିଚକିଆ ଯାନ ଯାଇପାରେ । ପାହାଡ଼ର ଜଳରାଶି ଏକତ୍ର ହୋଇ ଗୋଟିଏ ଜଳାଶୟ ସୃଷ୍ଟି ହୋଇଛି । ତାପରେ ସେଇ ଠାରୁ ଧିରେଧିରେ ପ୍ରାୟ ୧୦୦ଫୁଟ ତଳକୁ କଳାମୁଗୁନି ପଥର ଶଯ୍ୟା ଦେଇ ବହି ଯାଉଛି । ୪୦୦ବର୍ଗ ଫୁଟର ଗଭୀର ଜଳାଶୟ ର ଚତୁର୍ପାଶ୍ୱରେ ଥିବା କଳା ଗ୍ରାନାଇଟର ବଡ଼ବଡ଼ ପଥର ଗୁଡ଼ା ପରିବେଶଟିକୁ ଅତ୍ୟନ୍ତ ମନୋରମ କରି ଦେଉଛି । ପାହାଡ଼ ପାଦଦେଶର ପରିବେଶଟିକୁ ଘଂଚଜଙ୍ଗଲ ଏବଂ ଜଳରାଶିର ଅନବରତ ସୋ୍ରତ ବହୁତ ସୁନ୍ଦର କରୁଛି ।
ପ୍ରଶସ୍ତ ସମତଳ ଜାଗା ଏବଂ ସ୍ୱଛ ଝରଣା ପାଣିର ଦୃଶ୍ୟ ବହୁ ପର୍ଯ୍ୟଟକଙ୍କୁ ବଣଭୋଜି ପାଇଁ ଆକୃଷ୍ଠ କରିବାରେ ସମର୍ଥ ହେଉଛି । ସାଧାରଣତଃ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଜାଗା ଶୀତ ଦିନେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଠ କରିଥାଏ । ଘଂଚଜଙ୍ଗଲର ସୁନ୍ଦର ମନୋରମ ପରିବେଶ ସହ ବିଶୁଦ୍ଧ ଜଳବାୟୁ ବହୁତ ଅନୋଖା ଏବଂ ସ୍ୱଛତା ହିସାବରେ ପ୍ରତ୍ୟେକ ଜାଗା ସରାହନୀୟ । ପ୍ରକୃତିରାଣୀର କମନୀୟ ସୁଢ଼ଳ ଶୋଭା ସହ ବଣଭୋଜି ପାଇଁ ଜାଗା ଗୁଡ଼ିକ ବହୁତ ଆମୋଦ ଦାୟକ । କନ୍ଧମାଳ ଯାଉଛନ୍ତି ତ ଫେରିଲାବେଳକୁ ବୋ୍ରକଲି (ସବୁଜରଙ୍ଗର ଫୁଲକୋବି) ଏବଂ ହଳଦି ଆଣିବାକୁ ମୋଟରୁ ଭୁଲିବେନି ।
ଶୁଭ ନବବର୍ଷ ୨୦୨୧ ।
