Odisha news

ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ।

0

ନର୍ଲା(ଦୀପକ କୁମାର ଠାକୁର) ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ନର୍ଲା ବ୍ଳକ କଂଗ୍ରେସ କମିଟି ଓ ଯୁବ କଂଗ୍ରେସ ପକ୍ଷରୁ ପାଳନ କରାଯାଇଛି। ନର୍ଲା କଂଗ୍ରେସ ଯୁବନେତା ସମୀର ଚାନ୍ଦଙ୍କ ନେତୃତ୍ବରେ ସ୍ଥାନୀୟ ଡ଼ାକବଙ୍ଗଳାରେ ଦଳୀୟ ପତାକା ଧରି କଂଗ୍ରେସ କର୍ମୀମାନେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ମାନ ଦେଇଥିଲେ।

ଏଥିରେ ଯୁବ କଂଗ୍ରେସ ସଭାପତି ଦୀପ ପାତ୍ର,ସେବା ଦଳର ସଭାପତି ସୁଦାମ ପଧାନ, ଲୋକନାଥ ପ୍ରଧାନ, ସନ୍ତୋଷ ମାଝୀ, ଗାନ୍ଧୀ ମାଝୀ,ତନୁ ମାଝୀ, ମୁକେଶ ବିଭାର,ଭକ୍ତ ଦୁର୍ଗା,ଟୁନା  ଗଉଡ, ଧନୁର୍ଜୟ ମାଝୀ ପ୍ରମୁଖ ଯୋଗଦାନ କରି ନର୍ଲା ବ୍ଳକ କଂଗ୍ରେସକୁ କିପରି ସୁଦୃଢ କରିବା ସହ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇ ଏହାର ଆଲୋଚନା କରାଯାଇଛି।

Leave A Reply