Odisha news

ପ୍ରେମିକାର ପ୍ରେମିକକୁ ଧମକ ଦେଇ ବନ୍ଧା ହେଲେ ପ୍ରଥମ ପ୍ରେମିକ

0

ନୂଆଦିଲ୍ଲୀ : ମୁମ୍ବାଇରେ ବର୍ଷାବା ପୋଲିସ ଦୁଇଜଣ ଲୋକଙ୍କୁ ଜଣେ ବ୍ୟକ୍ତିଙ୍କୁ ଧମକାଇବା ଓ ପବନରେ ଗୁଳି ଚଳାଇବା ମାମଲାରେ ଗିରଫ କରିଛନ୍ତି l ପୋଲିସଙ୍କ କହିବା ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତି ଦୁଇଜଣ ହେଲେ ଅଲତାଫ୍ ହୁସେନ୍ ଓ ବସିମ ଶେଖ l ଯାହାଙ୍କୁ ମାହିମ ବୀଚରୁ ଗିରଫ କରାଯାଇଛି l ଆଲତାଫ୍ ଙ୍କର ଜଣେ ମହିଳାଙ୍କ ସହିତ ୮ ବର୍ଷ ହେଲାଣି ପ୍ରେମ ସମ୍ପର୍କ ଥିଲା l ଗୋଟିଏ ବର୍ଷ ପୂର୍ବରୁ ଦୁଇଜଣଙ୍କ ମଧ୍ୟରେ ଝଗଡା ହୋଇଯାଇ ଅଲଗା ହୋଇ ଯାଇଥିଲେ l ଇତି ମଧ୍ୟରେ ଉକ୍ତ ମହିଳା ଜଣଙ୍କର ବର୍ଷାବା ରେ ରହୁଥିବା ଜଣେ ବ୍ୟବସାୟୀଙ୍କ ସହ ସାକ୍ଷାତ ହୋଇ ସମ୍ପର୍କ ବଢ଼ିଲା l

ଡିସେମ୍ବର ୨୬ ତାରିଖ ଦିନ ରାତିରେ ପାଖାପାଖି ୧୧ ତା ବେଳେ ଆଲତାଫ୍ ନିଜ ସାଙ୍ଗକୁ ନେଇ ବର୍ଷାବା ସ୍ଥିତ ବ୍ୟବସାୟୀଙ୍କ ଘରେ ପହଁଚିଲା l କିନ୍ତୁ ସେଠାକୁ ସେ ଯାଇ ଜାଣି ପାରିଲା ଯେ ବ୍ୟବସାୟୀ ଜଣଙ୍କ ଲୋନାଵଲାରେ ଅଛନ୍ତି l ଏହା ପରେ ସେମାନେ ବ୍ୟବସାୟୀଙ୍କ ଦୁଇ ଭାଇଙ୍କୁ ଧମକ ଦେଇଥିଲେ ଯେ ତାଙ୍କ ଭାଇ ଯେଉଁ ମହିଳାଙ୍କ ସହିତ ସମ୍ପର୍କରେ ଅଛନ୍ତି ତାଙ୍କୁ ଛାଡି ଦିଅନ୍ତୁ l ଯଦି ନଛାଡ଼ିବେ ତେବେ ତାଙ୍କୁ ମାରି ଦିଆଯିବ l

ଏହା ପରେ ଅଲତାଫ୍ ନିଜ ନିକଟରେ ଥିବା ବନ୍ଧୁକକୁ କାଢି ପବନରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ l ଏହି ଘଟଣା ପରେ ବ୍ୟବସାୟୀଙ୍କ ଘର ଲୋକ ଡରି ଯାଇଥିଲେ ଓ ପୋଲିସକୁ ଫୋନ କରି ସମସ୍ତ ତଥ୍ୟ ଦେଇଥିଲେ l ପୋଲିସ ଦୁଇଜଣଙ୍କ ବିରୁଦ୍ଧରେ ମାମଲା ଦର୍ଜ କରି ଖୋଜାଖୋଜି ଆରମ୍ଭ କରି ଦେଇଥିଲା l ଏହା ପରେ ପୋଲିସ ସେହି ଅଞ୍ଚଳର ସମସ୍ତ ସିସି ଟିଭି ଫୁଟେସ୍ କୁ ଯାଞ୍ଚ କରିଥିଲା l ତା ସହିତ ମୋବାଇଲ ଟାୱାର ଲୋକେସନ ସାହାଯ୍ୟରେ ଦୁଇଜଣଙ୍କ ସନ୍ଧାନ ମିଳିଥିଲା l ଏହାପରେ ଗୋଟିଏ ପୋଲିସ ଦଳ ଦୁଇଜଣଙ୍କୁ ମାହିମ ବୀଚରୁ ଗିରଫ କରିଥିଲା l

Leave A Reply