Odisha news

ସ୍ପଷ୍ଟ ଦିବାଲୋକରେ ଗୁଳିମାରି ୩ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍

0

ବାଲେଶ୍ୱର-୨୮/୧୨(ସ.ବ୍ୟୁ.)-ଆଜି ପ୍ରାୟ ମଧ୍ୟାହ୍ନ ସମୟରେ ସଦର ଥାନା ଅନ୍ତର୍ଗତ ବଣପାରିଆ ଛକ ନିକଟରେ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରି ଜଣେ କମ୍ପାନୀ ଏକାଉଣ୍ଟାଣ୍ଟଙ୍କ ଠାରୁ ୩ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଜେସିବି କମ୍ପାନୀରେ ଏକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାର ଜେନା ଓ ଜଣେ ସିକ୍ୟୁରିଟି ଗାର୍ଡ ନିକଟରେ ଥିବା ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ୨ରାଉଣ୍ଡ ଗୁଳିମାଡ଼ କରି ଟଙ୍କା ବ୍ୟାଗ୍ଟି ଲୁଟି ନେଇ ପଳାଇଥିଲେ । ଗୋଟିଏ ଗୁଳି ଅଶୋକ ଜେନାଙ୍କ ଗୋଡ଼ରେ ଲାଗିଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ନିମନ୍ତେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବର ପାଇ କ୍ରାଇମ୍ ଡିଏସ୍ପି ମନୋଜ ରାଉତ ଓ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚô ତଦନ୍ତ ଚଳାଇଛନ୍ତି ।

Leave A Reply