Odisha news

ଜିଲ୍ଲାରେ ସଂକ୍ରମଣ କମୁଛି , ବିଦେଶୀ ସଂକ୍ରମଣକୁ ଭୟ ବଢୁଛି

0

ରାୟଗଡା,୨୮ ।୧୨(Rabindra Patkhandal)- ରାୟଗଡା ଜିଲ୍ଲାରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଥିବା ବେଳେ ବିଦେଶୀ ସଂକ୍ରମଣ ଭୟ ବଢୁଛି । ଅଭିବ୍ୟକ୍ତ କୋରାପୁଟ ଜିଲ୍ଲାକୁ ଶୀତର ମଜାନେବାକୁ ବିଭିନ୍ନୂ ଦେଶରୁ ପର୍ଯ୍ୟଟକ ଆସୁଥିବା ବେଳେ । ନୂଆ ରୂପରେ ଆସୁଥିବା କରୋନା ସଂକ୍ରମଣ ପ୍ରତି ଲୋକଙ୍କ ଭୟର ବାତାବରଣ ସୃଷ୍ଠି ହେଉଛି । କିନ୍ତୁ ରାୟଗଡ଼ା ଜିଲ୍ଲାରେ ନଭେମ୍ବର ଓ ଡିସେମ୍ବର ମାସରେ ଜିଲ୍ଲାରୁ କମ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ମାସରେ ପ୍ରତିଦିନ ଜିଲ୍ଲାରୁ ଜଣେ କିମ୍ବା ୨ ଜଣ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ କେଉଁ ଦିନ ଶୂନ୍ୟ ପିଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ଷଷ୍ଠଥର ପାଇଁ ରାୟଗଡା ଜିଲ୍ଲା କରୋନା ମୁକ୍ତ ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଓଡିଶାର ଶେଷ ଜିଲ୍ଲାଭାବେ ରାୟଗଡା ଜିଲ୍ଲାରୁ ଗତ ଜୁନ ୮ ତାରିଖ ଦିନ ପ୍ରଥମ କୋରନା ପଜିଟିଭ୍ ଚିହ୍ନଟ ହୋଇଥିଲା । ରାୟଗଡା ସହରରୁ ଜଣେ ଦିଲ୍ଲୀ ଫେରାନ୍ତ ଯୁବତୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ସେତେବେଳେ ଯୁବତୀ ଜଣଙ୍କୁ ଚିକିତ୍ସା ନିମନ୍ତେ ଜୟପୁର ସ୍ଥିତି କୋଭିଡ କେୟାର ସେଂଟରୁ ସ୍ଥାନାନ୍ତରିତ କରାଯାଇଥିଲା । ଏହା ପରେ ରାୟଗଡା ଜିଲ୍ଲାରେ ଧିରେ ଧିରେ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଜିଲ୍ଲାରେ କୋରନା ପଜିଟିଭିଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲେ । ଜିଲ୍ଲାରେ ପଜିଟିଭଙ୍କ ଚିକିତ୍ସା ନିମନ୍ତେ ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ କୋଭିଡ କେୟାର ହସ୍ପିଟାଲ ଓ କୋଭିଡ କେୟାର ସେଂଟର ଖୋଲାଯାଇ ଚିକିତ୍ସା କରାଯାଉଥିଲା । ତେବେ ରାୟଗଡା ମୁଖ୍ୟ କାରାଗାର ଓ ଗୁଣପୁର ଉପ-କାରଗାରାରୁ କରୋନା ପଜିିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା ।

ଏହି ୨ ଗୋଟି କାରଗାରକୁ କୋଭିଡ କେୟାର ସେଂଟର ଘୋଷଣା କରାଯାଇ ସେଠାରେ ହିଁ ଅନ୍ତେବାସୀଙ୍କୁ ଚିକିତ୍ସା କରାଯାଇଥିଲା । ଅକ୍ଟୋବର ମାସରୁ ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହେବାରେ ଲାଗିଥିଲା । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୮୩୬୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯୯.୨୦ ପ୍ରତିଶତ ହାରରେ ୮୨୯୭ ଜଣ ସୁସ୍ଥ ହୋଇ ସାରିଲେଣି । ୨୨ ଜଣ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ବେଳେ ଥିବା ବେଳେ ୪୫ ଜଣଙ୍କ ମୃତ୍ୟୁ ହୋଇଛି ।

କରୋନା ମହାମାରୀ ସମୟରେ ଜିଲ୍ଲାରେ କୋଭିଡ ଯୋଦ୍ଧାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ୮୨୫ ଜଣ କୋଭିଡ ଯୋଦ୍ଧା ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୧୨ ଜଣ ସୁସ୍ଥ ହୋଇ ସାରିଲେଣି ୪ଜଣ ଚିକିତ୍ସିତ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କୋରନା ସଂକ୍ରମଣ ନିୟନ୍ତ୍ରଣଧୀନ ଥିଲେ ମଧ୍ୟ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରକାଶ କରିଛନ୍ତି ।

Leave A Reply