Odisha news

ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରାଜନୀତିରେ ଯୋଗଦେବାର କଳ୍ପନାଜଳ୍ପନା ତୀବ୍ର : ରାଜ୍ୟପାଳଙ୍କୁ ଭେଟିଲେ ଗାଙ୍ଗୁଲି

0

କୋଲକାତା : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼ (ବିସିସିଆଇ)ର ଚେୟାରମ୍ୟାନ୍ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରାଜନୀତିରେ ଯୋଗଦେବାର କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଛି। ଆଜି ବିସିସିଆଇ ମୁଖ୍ୟ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି। ଏହି ଆଲୋଚନା ପରେ ଏହା କୁହାଯାଉଛି ଯେ ସେ ରାଜନୀତିରେ ପ୍ରବେଶ କରିପାରନ୍ତି। ତେବେ ଏହାକୁ ଏକ ବ୍ୟକ୍ତିଗତ ସାକ୍ଷାତ ଭାବରେ ମଧ୍ୟ ବର୍ଣ୍ଣନା କରାଯାଉଛି ।

ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ୧୨ ଜାନୁଆରୀରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀରେ ପଶ୍ଚିମବଙ୍ଗ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, ଏହି ଯାତ୍ରା ସମୟରେ ଅନେକ ଲୋକ ବିଜେପିରେ ଯୋଗ ଦେବେ। କୁହାଯାଉଛି ଯେ ଗାଙ୍ଗୁଲି ମଧ୍ୟ ଏହି ଅବସରରେ ବିଜେପିରେ ଯୋଗ ଦେଇପାରନ୍ତି। ଗତ କିଛି ଦିନ ହେବ ଗାଙ୍ଗୁଲି ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଛି।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋଲକାତା ଗସ୍ତ ସମୟରେ କହିଥିଲେ ଯେ ବଙ୍ଗଳାର ମାଟିର ପୁଅହିଁ ବଙ୍ଗଳାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଏଭଳି ପରିସ୍ଥିତିରେ ସୌରଭ ଗାଙ୍ଗୁଲି ବିଜେପି ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପାର୍ଥୀ ହୋଇପାରନ୍ତି ବୋଲି ଶୁଣାଯାଉଛି ।

Leave A Reply