କୋଣାର୍କ : କୋଣାର୍କ ଏନ ଏ ସି ପକ୍ଷରୁ ନିର୍ମାଣଧିନ ଦୁଇଟି ବର୍ଜ୍ୟବସ୍ତୁ ଡମ୍ପିୟାର୍ଡ ହେଉଥିବା ଅଭିଯୋଗ ସମ୍ପର୍କିତ ତିନୋଟି ପୃଥକ ମାମଲାର ଶୁଣାଣି କରି ହାଇକୋର୍ଟ ଅଲଗା ଅଲଗା ସ୍ଥିତାଅବସ୍ଥା ଯାରିକରିଛନ୍ତି । କୋଣାର୍କ ଏନଏସି ଅନ୍ତର୍ଗତ ଶୋଭାନୀୟ ସ୍କୁଲ ପାର୍ଶ୍ୱ ଜୁଣେଇ ରାସ୍ତା ସନ୍ନିକଟ ଓ କାକଟପୁର କୋଣାର୍କ ରୋଡ ପାର୍ଶ୍ୱର ରାଉଳପାଟଣା ନିକଟସ୍ଥ ରେ ହେଉଥିବା ଡ଼ମ୍ପିୟାର୍ଡ ପ୍ରକଳ୍ପ କୁ ବନ୍ଧ କରିବା ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଧେଶ ନାମା ଜାରିକରିଛନ୍ତି । ବେଆଇନି ଭାବେ ଘରୋଇ ଜମିରେ ନିର୍ମାଣ ହେଉଥିବା ଅଭିଯୋଗ କରି ଶୋଭନୀୟ ସ୍କୁଲ ପାର୍ଶ୍ଵ ଡ଼ମ୍ପିୟାର୍ଡ ଅଭିଯୋଗ କାରୀ କାର୍ତ୍ତିକ ପାଢ଼ୀ ଙ୍କ ପକ୍ଷ ରୁ ଆଇନିଜୀବୀ ସୂର୍ଯ୍ୟକାନ୍ତ ଦାଶ ଡବ୍ଲ୍ୟୁପିସି ନଂ ୩୧୫୯୨/୨୦ ଦାୟର କରିଛନ୍ତି।
ସେହିପରି ରାଉଳପାଟଣା ନିକଟରେ ହେଉଥିବା ଡ଼ମ୍ପିୟାର୍ଡ ପାଇଁ ଦୁଇଟି ପୃଥକ କେଶ ରେ ଅଭିଯୋଗକାରୀ ସ୍ୱାଧୀନ କୁମାର ଚୌଧୁରୀ ଙ୍କ ପକ୍ଷରୁ ଆଇନିଜୀବୀ ସମୀର ମିଶ୍ର ଡବ୍ଲ୍ୟୁପିସି ୩୩୯୨୬/୨୦ ଏବଂ ଅଭିଯୋଗ କାରୀ ପୂର୍ଣ୍ଣଚନ୍ଦ୍ର ସାହୁ ଙ୍କ ପକ୍ଷରୁ ଆଇନିଜୀବୀ ଶିବଶଙ୍କର ମହାନ୍ତି ଓ ଆଇନିଜୀବୀ ଶ୍ରୀଜୟ ବରାଳ ଡବ୍ଲ୍ୟୁପିସି ନଂ୩୬୮୬୬/୨୦ କେଶ ଦାୟର କରାଯାଇଛି। ଘରୋଇ ଜମି ଉପରେ ଉକ୍ତ ପ୍ରକଳ୍ପ ଗୁଡିକ ନକରି ସହର ଠାରୁ ଦୂରରେ ଡ଼ମ୍ପିୟାର୍ଡ ଗୁଡିକ କରିବା ପାଇଁ ହାଇକୋର୍ଟ କୋଣାର୍କ ଏନଏସି କୁ ନିର୍ଦେଶନାମା ଦେଇଥିବା ଜଣାପଡିଛି।