Odisha news

ଜେଲରେ ଥିବା କଏଦୀର ଗଳା କାଟିଲା କିଏ ?

0
ମାଲକାନଗିରି:(କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ମାଲକାନଗିରି  ଜିଲ୍ଲା ସଦରର ମହକୁମାରେ ଥିବା ଉପକାରାଗାରରେ ବିଚାରାଧୀନ ଜଣେ କଏଦୀର ଗଳା କାଟିଲା କିଏ ?ସେ ନିଜେ ଗଳା କିଟି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ସାଧାରଣରେ ବିରାଟ ପ୍ରଶ୍ନ ଉଙ୍କି ମାରିଛି । ଏହି ସ୍ପର୍ଶକାତର ଘଟଣାକୁ କେନ୍ଦ୍ର କରି ମାଲକାନଗିରି ଉପ-କାରାଗାରରେ କଏଦୀଙ୍କ ଆତ୍ମ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଇଛି ।ବିଚାରାଧୀନ ବନ୍ଦୀ ମାଲକାନଗିରି ସ୍ଥିତ ସ୍ବାଭିମାନ ଅଞ୍ଚଳ ନିକଟବର୍ତ୍ତୀ ଖଜୁରୀଗୁଡା ଗ୍ରାମର ସୁରେନ୍ଦ୍ର ଗଲୋରୀଙ୍କ ପୁଅ ଦାନୁ ଗୋଲରୀ !ଗତ ଦୁଇ ମାସ ତଳେ ମାଓବାଦୀ ଭାବେ ଗିରଫ ହୋଇ ମାଲକାନଗିରି ଜେଲରେ ରହି ଆସୁ ଥିଲେ ।ଗତ କାଲି ୨୬ ତାରିଖ  ସନ୍ଧ୍ୟାରେ ଦାନୁ ଗଲୋରୀର ଗଳାକୁ କିଏ  ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟି ଦେଇଥିଲା।ତେବେ ବେକରେ ବିରାଟ ବଡ କ୍ଷତ ସୃଷ୍ଟି ହେବା ସହ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା ।
ଏଠାରେ ପ୍ରଶ୍ନ ଉଠୁଛି ଯେ ଜେଲ ଭିତରକୁ ଏହି ଧାରୁଆ ଅସ୍ତ୍ର ଗଲା କିପରି ? ତାଙ୍କୁ କିଏ ହତ୍ଯା କରିଛି ନା ସେ ନିଜେ ଆତ୍ମ ହତ୍ଯା କରିଛି ?ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ଯକ !ତେବେ ଦାନୁ ଗୋଲରୀକୁ ମୁର୍ମୁର୍ଷୁ ଅବସ୍ଥାରେ ଗତ କାଲି ଚିକିତ୍ସା ପାଇଁ ମାଲକାନଗିରି  ଜିଲ୍ଲା ମୁଖ୍ଯ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍ମୃତ୍ୟୁ ହୋଇଛି। ତେବେ ଗତ ଏକ ମାସରେ ଦୁଇ ଜଣ ବିଚାରଧୀନ କଏଦୀ ସମେତ ତିନି  ଜଣଙ୍କର ମୃତ୍ୟୁ ଘଟିଛି ।ସେପଟେ କାରାଗାରରେ ଜେଲରଙ୍କ ଖାମଖିଆଲ ମନୋଭାଵ ଏବଂ ପରିଚାଳନାରେ ଅବହେଳାକୁ ବିରାଟ ପ୍ରଶ୍ନ ଉଦ୍ରେକ ହେଇଛି।
ଜେଲରଙ୍କ ଅବହେଳା ଯୋଗୁଁ ହିଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତେବେ ପରିବାର ଲୋକଙ୍କୁ ଗତ କାଲି ନଜଣାଇ ଆଜି ମୃତ୍ୟୁ ପରେ ଖବର ଦେଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ତୁରନ୍ତ ଜେଲରଙ୍କୁ ମାଲକାନଗିରି ଜିଲ୍ଲାରୁ ବଦଳି କରିବା ସହ ତାଙ୍କୁ ଚାକିରୀରୁ ନିଳମ୍ବିତ କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଜେଲରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜେଲରଙ୍କ ପକ୍ଷରୁ କୌଣସି ମତାମତ ମିଳି ନାହିଁ ।ପ୍ରକାଶ ଥାଉକି ଜେଲ ଭିତରେ ପୂରାତନ କଏଦୀ ଏବଂ ନବାଗତ କଏଦୀମାନଙ୍କ ମଧ୍ଯରେ ରେଗିଂ ହେଉଥିବା ଅଭିଯୋଗ ହେଉଛି !
Leave A Reply