Odisha news

ଚାଷୀଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଦାବି : ଜିଲ୍ଲାପ୍ରଶାସନ ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁ

0

ଫୁଲନଖରା : ଅନ୍ନଦାତା ଚାଷୀ ବର୍ତ୍ତମାନ ପ୍ରଶାସନ ଦ୍ୱାରା ଅବହେଳିତ, ନିର୍ଯ୍ୟାତିତ ଓ ପ୍ରତାରିତ । ଧାନ ମଣ୍ଡିରେ ଚାଷୀ ଭୋଗୁଥିବା ଅସୁବିଧାର ନିରାକରଣ ଓ କଟକ ଜିଲ୍ଲା ପ୍ରଶାସନ ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବା ନିମନ୍ତେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଦାବି ହୋଇଛି । ଏ ନେଇ କୁରାଙ୍ଗ ଶାସନ ଜଗନ୍ନାଥ ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା ।

ପରିଷଦର ସଭାପତି କେଦାରନାଥ ଜେନା ଚାଷୀଙ୍କ ପ୍ରତି ସରକାର ଓ ଜିଲ୍ଲାପ୍ରଶାସନର ବୈ÷ମାତୃକ ମନୋଭାବକୁ ପ୍ରକାଶ କରି କହିଥିଲେ ଗତ ୨୩ ତାରିଖ ବୁଧବାର କଟକ ଜିଲ୍ଲାପାଳ ବ୍ରାହ୍ମଣଝରିଲୋ ଜଗନ୍ନାଥ କୃଷକ ସେବା ସମବାୟ ସମିତିରେ ହାପି ଯୋଜନା ବିଷୟରେ ବିଷଦ ଭାବରେ ବର୍ଣ୍ଣନା କରି ଚାଷୀର ଧାନ ଅମଳଠାରୁ ମଣ୍ଡିରେ ବିକ୍ରି ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ କରିବା ସହ ଆଜିଠାରୁ ଏଠାରେ ଚାଷୀଙ୍କଠାରୁ ଧାନ କିଣା ହେଲା ବୋଲି ଘୋଷଣା କରିଥିଲେ ଏବଂ ଏହି ୨୩ ତାରିଖରୁ କଟକ ଜିଲ୍ଲାର ସମସ୍ତ ଧାନ ମଣ୍ଡି ଖୋଲା ଗଲା ଏବଂ ୨୫ ତାରିଖରେ ଧାନ ମଣ୍ଡିରେ ଦେବା ପାଇଁ ଚାଷୀଙ୍କ ଫୋନକୁ ମେସେଜ ଯାଇଥିଲା ।

କିନ୍ତୁ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲି ନଥବାରୁ ଚାଷୀ ଧାନ ନେଇ ମଣ୍ଡି୍‌ିରୁ ଫେରିବା ଏକ ଦୁଃଖ ଦାୟକ ଘଟଣା । ଏଥିପାଇଁ ପରିଷଦର ସଭାପତି ଜିଲ୍ଲା ପ୍ରଶାସନକୁ ଦାୟୀ କରିବା ସହିତ କଟକ ଜିଲ୍ଲାର ସମସ୍ତ ଚାଷୀଙ୍କୁ ପଞ୍ଜିକୃତ କରାଯାଇ ସମସ୍ତ ଧାନ କ୍ରୟ କରିବା, ମିଲର ସଂଖ୍ୟା ବୃଦ୍ଧି କରିବା, ଜରି ଅଖାରେ ଧାନ ବିକ୍ରୟ ପାଇଁ ଅନୁମତି ଦେବା, ମଣ୍ଡିରେ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ଦିଆଯିବା ସହ ଧାନ କଣ୍ଟା ହେବା ପର୍ଯ୍ୟନ୍ତ ସୁରକ୍ଷା ଦିଆଯିବା, ସମସ୍ତ ମଣ୍ଡିକୁ ଶୀଘ୍ର ଖୋଲାଯିବା ସହ କଣ୍ଟା,ବ୍ୟାନର ଓ ମାସ ଯୋଗାଇ ଦିଆଯିବା, ଚାଷୀ ପଞ୍ଜିକରଣ ସରିବା ପରେ ଓ ମଣ୍ଡି ଆରମ୍ଭ ପୂର୍ବରୁ ପ୍ରତି ଚାଷୀ ପିଛା ଧାର୍ଯ୍ୟ ଧାନର ପରିମାଣ ଓ ସଂପୃକ୍ତ ସମିତିର ମୋଟ ଧାର୍ଯ୍ୟ ଧାନର ପରିମାଣ ସର୍ବ ସମ୍ମୁଖରେ ପ୍ରକାଶ କରାଯିବା ଏବଂ ମଣ୍ଡିରେ ବେପାରିଙ୍କ ଧାନ ବିକ୍ରିକୁ ନିଷେଧ କରାଯିବା ପାଇଁ ଦାବି କରିଥିଲେ ।

ଦାବି ପୂରଣ ନହେଲେ ପରିଷଦ ରାଜ ରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବ ବୋଲି ଚେତାବନୀ ଦେଇଥିଲେ । ଏହି ସମ୍ମିଳନୀରେ କୃର୍ଷ୍ଣଚନ୍ଦ୍ର ମଲ୍ଲିକ, ନିମାଇଁ ରାଉତରାୟ, ଶ୍ରୀଧର ଚୌଧୁରୀ, ଜୟନ୍ତ କୁମାର ନାୟକ, ଭାଗୀରଥି ସ୍ୱାଇଁ, ଦୁର୍ଗାଚରଣ ରଥ, କଳ୍ପତରୁ ଖୁଣ୍ଟିଆ, ହେମନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply