ସମସ୍ତ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି l ମାତାଙ୍କ କୃପା ରହିଲେ ଘର ଧନ ଧାନ୍ୟରେ ପୁରି ଉଠିଥାଏ l ଏମିତି ମଧ୍ୟ ଦେଖାଯାଇ ଥାଏ କଠିନ ପରିଶ୍ରମ କରିବା ସତ୍ୱେ ମଧ୍ୟ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇ ନଥାଏ l ସେମାନଙ୍କ ପାଖରେ ସର୍ବଦା ଦୁଃଖ କଷ୍ଟ ଦେଖା ଦେଇଥାଏ l
ଧାର୍ମିକ ଦୃଷ୍ଟିରୁ ହିନ୍ଦୁ ଧର୍ମରେ ସୂର୍ଯ୍ୟାସ୍ତ ଓ ସୂର୍ଯ୍ୟୋଦୟ ର ଅନେକ ମହତ୍ୱ ରହିଛି l କାରଣ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଏହି ଦୁଇଟି ସମୟକୁ ସନ୍ଧି କାଳ କୁହାଯାଏ l ସେହି ସମୟରେ ଭଗବାନ ଙ୍କ କୃପା ଲାଭ ହୋଇଥାଏ l ତେଣୁ ସୂର୍ଯ୍ୟାସ୍ତ ସମୟରେ କିଛି ଅତୁଟ ଉପାୟ କଲେ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହେବ l ଯାହା ଦ୍ୱାରା ବ୍ୟକ୍ତିର ଆର୍ଥିକ ଅସୁବିଧା ଦୂର ହୋଇ ଧନ ଧାନ୍ୟ ସୁଖ ସମୃଦ୍ଧି ପ୍ରାପ୍ତ ହେବ l
ପ୍ରତେକଟି ହିନ୍ଦୁ ପରିବାରରେ ତୁଳସୀ ବୃକ୍ଷର ମହତ୍ୱ ରହିଛି l ଏମିତିରେ ମଧ୍ୟ କୁହାଯାଏ ଯେ ଯେଉଁ ଘରେ ତୁଳସୀଙ୍କୁ ପ୍ରତେକ ଦିନ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ l ସେହି ସ୍ଥାନରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ସନ୍ଧ୍ୟା ସମୟରେ ତୁଳସୀଙ୍କୁ ସ୍ପର୍ଶ କରିଥାଏ ,ମା ଲକ୍ଷ୍ମୀ ତା ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି l ଏହାଦ୍ୱାରା ଘରେ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଥାଏ l ସନ୍ଧ୍ୟା ସମୟ ପରେ ତୁଳସୀ ବୃକ୍ଷ ସ୍ପର୍ଶ କରିବା ଉଚିତ ନୁହେଁ l
ମା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ତୁଳସୀ ବୃକ୍ଷ ନିକଟରେ ପ୍ରତେକ ଦିନ ଘିଅ ଦୀପ ଲଗାଇବା ଆବଶ୍ୟକ l ଏପରି କରିବା ଦ୍ୱାରା ଲକ୍ଷ୍ମୀ ଧନଧାନ୍ୟରେ ଘରକୁ ପୁର୍ଣ କରି ରଖନ୍ତି l