ଜଗତ ଜନନୀ ମା ସିଂହ ବାହିନୀ
ଭକତି ଭରେ ତତେ କରଇ ପୂଜା ।..
ଶକତି ଦିଅ ମା ମୁକତି ଦିଅ ମା
ଦିଅନି ମା କରୋନା ପରିକା ସଜା ।..
ଦୁଃଖ ସାଗର ରେ ବୁଢେ ଦୁନିଆ
ଅସହ୍ୟ ରେ ଏ ମନ ହୁଏ ଛାନିଆ ।..
ଝଙ୍କଡ଼ ବାସିନୀ ସଙ୍କଟ ନାସିନୀ
ଏ ବିପଦ ସମୟେ ହୁଅ ସୁଦୟା
ଦୂର କରିଦିଅ କରୋନା କାୟା ।..
ଦିଅ ହେ ମା ତୁମେ ଏ ଶୁଭ ଆଶିଷ
ସୁଖିଲା ଓଠେ ଆମ ଫୁଟାଅ ହସ ।..
***** ଅକ୍ଷୟ ପଣ୍ଡା