Odisha news

ସରକାରଙ୍କ ବଡ଼ ଘୋଷଣା ,ପ୍ରସ୍ତୁତ କରନ୍ତୁ କରୋନା ମୋଡ୍ୟୁଲ ଆପ୍ : ଜିତନ୍ତୁ ଏକ କୋଟିର ପୁରଷ୍କାର

0

ନୂଆଦିଲ୍ଲୀ -କରୋନା ମହାମାରୀ ର ଟୀକ୍କାକରଣ ପ୍ରକ୍ରିୟାକୁ ନେଇ ଆସିଥିବା ଭଲ ଖବର ମଧ୍ୟରେ କେନ୍ଦ୍ର ସରକାର ଗୋଟିଏ ବଡ ଘୋଷଣା କରିଛନ୍ତି l ସୂଚନା ଓ ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ଟୀକ୍କା ର ବିତରଣ ଓ ଏହାର ନେଟୱାର୍କ ସିଷ୍ଟମ କୁ ମଜବୁତ କରିବାପାଇଁ C o WIN ‘କୁ ଲଞ୍ଚ କରିବା ପାଇଁ ଘୋଷଣା କରିଛନ୍ତି l ଏହାକୁ ଡିଜିଟାଲ ପ୍ଲାଟଫଂର୍ମ ରେ ବ୍ୟବହାର କରାଯିବ l

କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ରାଷ୍ଟ୍ରୀୟ ସ୍ତରରେ କୋବିଡ଼ ଟୀକ୍କାକୁ ବିତରଣ କରିବା ପାଇଁ ତନ୍ତ୍ରକୁ ପ୍ରଭାବଶାଳୀ ଭାବରେ ପ୍ରସ୍ତୁତ କରାଯିବ l ସେ କହିଛନ୍ତି ‘ଭାରତର ଇନୋଭେଟର୍ସ ମାନେ କରୋନା ବିରୁଦ୍ଧରେ ଲଢେଇ ରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି l ଭାରତ ସାରା କରୋନା ଟୀକ୍କାକରଣ କାର୍ଯ୍ୟକ୍ରମ ପାଇଁ ମରତ୍ୱପୁର୍ଣ କାର୍ଯ୍ୟ ପାଇଁ C o WIN ମଞ୍ଚକୁ ମଜବୁତ କରିବା ପାଇଁ ଇନୋଭେଟର ଓ ଷ୍ଟାର୍ଟଅପସ ମାନଙ୍କୁ ଆମନ୍ତ୍ରିତ କରୁଚୁ l ‘

ସେଥିପାଇଁ ଶୀର୍ଷ ୫ ଆବେଦକ ଙ୍କୁ କୋୱାଇନ ଏପି ଆଇ ପ୍ରଦାନ କରାଯିବ ତେବେ ଯାଇ ପ୍ରଭାବଶାଳୀ ହେବାର ପୁଷ୍ଟି କରାଯାଇ ପାରିବ l ଷଟଲିଷ୍ଟ କରାଯାଇଥିବା ପ୍ରତେକ ଆବେଦକ ଙ୍କୁ ୨ ଲକ୍ଷ ଟଙ୍କା ଜିତିବାର ମୌକା ମିଳିବ ଯାହାଦ୍ୱାରା ସେମାନେ ନିଜର ଲଜିସ୍ଟିକ ଆବଶ୍ୟକତାକୁ ପୁରା କରି ପାରିବେ l ଏହି ପ୍ରତିଯୋଗିତାରେ ଶୀର୍ଷ ଦୁଇ ପ୍ରତିଯୋଗୀଙ୍କୁ ୪୦ ଲକ୍ଷ ଓ ୨୦ ଲକ୍ଷ ତାଙ୍କ ପୁରଷ୍କାର ଦିଆଯିବ l

କୋଉନି ଆପରେ ପାଞ୍ଚଟି ମୋଡ୍ୟୁଲ ରହିଛି ,ଯେଉଁଥିରେ ପ୍ରଶାସନିକ ମୋଡ୍ୟୁଲ ,ରେଜିଷ୍ଟ୍ରେସନ ମୋଡ୍ୟୁଲ,ଟୀକ୍କାକରଣ ମୋଡ୍ୟୁଲ , ଲାଭାନ୍ଵିତ ସ୍ୱୀକୃତି ମୋଡ୍ୟୁଲ ଓ ରିପୋର୍ଟ ମୋଡ୍ୟୁଲ ସାମିଲ ରହିଛି l ଏଥିରେ ପ୍ରଥମ ମୋଡ୍ୟୁଲ ପ୍ରଶାସନିକ ମୋଡ୍ୟୁଲ ଅଟେ ଯେଉଁଥିରେ ଟୀକ୍କା କାରଣ ପାଇଁ ସମୟ ନିର୍ଦ୍ଧାରଣ କରାଯିବ ଓ ଟୀକ୍କା ନେବା ଲୋକମାନେ ଓ ପ୍ରବନ୍ଧକଙ୍କୁ ନୋଟିଫିକେସନ ପଠାଯିବ l ରେଜିଷ୍ଟ୍ରେସନ ମୋଡ୍ୟୁଲରେ ଆପଣ ନିଜେ ଟୀକ୍କା ନେବା ପାଇଁ ରେଜିଷ୍ଟ୍ରେସନ କରିବେ l

ନିମ୍ନଲିଖିତ ଲିଙ୍କ୍ ଜରିଆରେ ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଜିକରଣ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ l https://meitystartuphub.in l

Leave A Reply