Odisha news

ବିଜେଡିର ଖଇରା ଜୋନ କର୍ମୀ ସମ୍ମିଳନୀ ୨୬ରେ

0

ଖଇରା-୧୮/୧୨ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ୪ନମ୍ବର ଖଇରା ଜୋନରେ ଆସନ୍ତା ୨୬ତାରିଖରେ ହେବାକୁ ଥିବା ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ନିମନ୍ତେ ବିଜେଡିର ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ଖଇରା ଆଳଦାସ୍ଥିତ ଆଦର୍ଶ ବିଦ୍ୟାଳୟ ପଡିଆରେ ଆୟୋଜିତ ଏହି ବୈଠକରେ ବ୍ଲକ ସଭାପତି ବ୍ରଜ କିଶୋର ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ସାମାଜିକ ଦୂରତା ରକ୍ଷାକରି କିଭଳି ଶୃଙ୍ଖଳାର ସହ କର୍ମୀ ସମ୍ମିଳନୀ ସମ୍ପୂର୍ଣ୍ଣ ହୋଇ ପାରିବ ଏବଂ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା କର୍ମୀ ଓ ନେତାଙ୍କ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେ ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ ।

ମହିଳା ସଂଘ ସଭାପତି ରଶ୍ମିତା ମହାପାତ୍ର,ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ମହଲା,ବିଜୁ ଯୁବ ଜନତା ସଭାପତି ମୁକ୍ତିକାନ୍ତ ସ୍ୱାଇଁ,ଖଇରା ସରପଞ୍ଚ ସୁଦର୍ଶନ ସେଠୀ,ଡୁଙ୍ଗୁରା ସମିତି ସଭ୍ୟ ପ୍ରକାଶ କୁମାର ଲେଙ୍କା,ପଳସା ସରପଞ୍ଚ ପଙ୍କଜିନୀ ଦାସ ମହାପାତ୍ର,ସୁଣ୍ଢିରା ସରପଞ୍ଚ ଅଞ୍ଜନ ସେଠୀ,ମହତୀପୁର ସମିତି ସଭ୍ୟ ଅଭିମନୁ୍ୟ ଶିଅଳ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply