ପଶ୍ଚିମ ବଙ୍ଗରେ ନଡ୍ଡାଜୀଙ୍କ ଗାଡି ଆକ୍ରମଣଙ୍କୁ ନେଇ ବର୍ଷିଲେ ବୈଜୟନ୍ତ : ଏମଏସପି ଓ ଏପିଏମସିର ବ୍ୟବସ୍ଥା ଅଛି ଏବଂ ରହିବ ,ଦେଶରେ ୪୦ ବର୍ଷ ମଧ୍ୟରେ ବିଜେପି କୌଣସି ମେଣ୍ଟ ଭାଙ୍ଗି ନାହିଁ
ପ୍ରତିଦିନ, ପ୍ରତି ସପ୍ତାହରେ କେହି ନା କେହି ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି। ସହଯୋଗୀ ଦଳମାନେ ଦେଖୁଛନ୍ତି ଯେ ଆସାମରେ ବିଜେପି ସ୍ଥିତି ବହୁତ ଭଲ ରହିଛି। ଏଥିସହ କେବଳ ଆସାମରେ ନୁହେଁ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳରେ ବିଜେପି ଯେଉଁ ବିକାଶମୂଳକ କାର୍ଯ୍ୟକ୍ରମ କରୁଛି, ଉଦାହରଣ ଯେପରି ପ୍ରଥମଥର ପାଇଁ ଏବେ ଉତ୍ତର-ପୂର୍ବାଞ୍ଚଳରେ ରେଳପଥ ଆସିଛି। ଏହା ଦଶକ ପୂର୍ବରୁ ମଧ୍ୟ ହୋଇପାରିଥାନ୍ତା, କିନ୍ତୁ ବିଜେପି ଏହି ବିକାଶ ଆଣିଛି। ଏଥିପାଇଁ ଆମ ସହ ଲୋକ ସାମିଲ ହୋଇଛନ୍ତି। ସେଠାକାର ଜନତାଙ୍କର ବିଜେପି ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। କେବଳ ଆସାମ ନୁହେଁ, ନିକଟରେ ବିହାର, ଗୋଆ, ରାଜସ୍ଥାନରେ ହୋଇଥିବା ଆଞ୍ଚଳିକ ନିର୍ବାଚନରେ ଜନତା ବାରମ୍ବାର ଏହି ବାର୍ତ୍ତା ଦେଉଛନ୍ତି ଯେ ସେମାନେ ମୋଦିଜୀଙ୍କ ବିକାଶ ଏଜେଣ୍ଡାକୁ ସମର୍ଥନ କରୁଛନ୍ତି। ଆସାମରେ ବିଜେପି ବହୁତ ସୁଦୃଢ଼ ରହିଛି। ଆସାମରେ ଆଗକୁ ଯେଉଁ ନିର୍ବାଚନ ହେବାକୁ ଯାଉଛି, ସେଥିପାଇଁ ଆମେ ବହୁତ ଦୃଢ଼ ଓ ଭଲ ସ୍ଥିତିରେ ରହିଛୁ।
ସେହିପରି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଛନ୍ତି ମୁଁ ବିନମ୍ର ଭାବେ ଅନୁରୋଧ କରୁଛି ଯେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯେଉଁ ଚିଠି ଲେଖିଛନ୍ତି ତାହାକୁ ଅନୁଧ୍ୟାନ କରନ୍ତୁ। କାରଣ ଏହି ପ୍ରସଙ୍ଗ ଉପରେ ବହୁତ ଭ୍ରମ ପ୍ରଚାର କରାଯାଉଛି। ଚାଷୀଙ୍କ ନାମରେ ବହୁତ କିଛି କୁହାଯାଉଛି ଓ ସେମାନଙ୍କୁ ଭ୍ରମିତ କରାଯାଉଛି। ସତ କଥା ହେଉଛି ଏହି ଆଇନ ସପକ୍ଷରେ ସମସ୍ତ ଅର୍ଥନୀତି ବିଶେଷଜ୍ଞ ରହିଛନ୍ତି। ଆଜି ଯେଉଁ ବିରୋଧୀମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କ ନିର୍ବାଚନପତ୍ରରେ ଏହି ସଂଶୋଧନ ରହିଛି। ଏଥିସହ ଏମଏସପି, ଏପିଏମସିର ଯେଉଁ ବ୍ୟବସ୍ଥା ଥିଲା ତାହାକୁ ହଟାଯାଉନି, ତାହା ଜାରି ରହିଛି। ଏଥିରେ ନୂଆ ବିକଳ୍ପ ଦିଆଯାଇଛି, ଯାହାଦ୍ୱାରା ଚାଷୀ ସ୍ୱାଧୀନତା ପାଇବେ ଯେପରି ସେମାନେ ନିଜ ଉତ୍ପାଦ ଯେଉଁ ସ୍ଥାନରେ ଯାହାକୁ ମଧ୍ୟ ବିକ୍ରି କରିପାରିବେ। ମୋଦି ସରକାରଙ୍କ ସମୟରେ ଏମଏସପି ବୃଦ୍ଧି ହୋଇଛି। ଏଥିରେ କେବଳ ନୂଆ ବିକଳ୍ପ ଦିଆଯାଇଛି, ପୁରୁଣା ବ୍ୟବସ୍ଥାକୁ ଉଠାଯାଇନି।
ନଡ୍ଡାଜୀଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ଶ୍ରୀ ପଣ୍ଡା କହିଛନ୍ତି ମମତାଜୀ ଯେଉଁ ପ୍ରକାର ରାଜନୀତି ପଶ୍ଚିମବଙ୍ଗରେ କରୁଛନ୍ତି, ତାହା ବହୁତ ଦୁଃଖର କଥା। ଯେଉଁ ଗୁଣ୍ଡାଗର୍ଦ୍ଦି କରୁଥିବା ବାମପନ୍ଥୀଙ୍କୁ ସେ ହଟାଇଥିଲେ, ଏବେ ସେ ତାଙ୍କ ଭଳି ହୋଇଗଲେଣି। ସେଠାରେ ଅନେକ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି, ସେଠାକାର ପୁଲିସ ଓ ପ୍ରଶାସନ ସେଠାକାର ଶାସକ ଦଳର ସଦସ୍ୟ ଭଳି କାମ କରୁଛି। ନଡ୍ଡାଜୀଙ୍କ ଗାଡ଼ି ଉପରେ ଯେଉଁ ଆକ୍ରମଣ ହୋଇଥିଲା, ତାହାର ସ୍ଥିତି ସମୀକ୍ଷା କରିବା ଲାଗି କେନ୍ଦ୍ର ସରକାର ଡାକୁଛନ୍ତି କିନ୍ତୁ ସେମାନେ ସହଯୋଗ କରୁନାହାଁନ୍ତି। ଯଦି ସେମାନେ ଭାବୁଛନ୍ତି ଯେ ସେମାନେ ଭାରତରୁ ଅଲଗା, ତେବେ ଏହା ବିଲକୁଲ ଠିକ ନୁହେଁ।