ଶ୍ରୀମନ୍ଦିରର ସାମଗ୍ରୀକୁ ନେଇ ଅନ୍ଲାଇନ୍ ଜରିଆରେ ବ୍ୟବସାୟୀକରଣ: ନିଘୋଡ ନିଦ୍ରାରେ ମୁଖ୍ୟ ପ୍ରଶାସକ,ବାରମ୍ବାର ଅଭିଯୋଗ ସତ୍ତ୍ୱେ କମ୍ପାନୀ କର୍ତ୍ତୁପକ୍ଷଙ୍କ ଉପରେ ହେଉନି କାର୍ଯ୍ୟାନୁଷ୍ଠାନ ଭକ୍ତଙ୍କ ମହଲରେ ତିବ୍ର ଅସନ୍ତୋଷ , ମାମଲା ରୁଜୁ କରି ଚୁପ୍ ବସୁଛି ସିଂହଦ୍ୱାର ଥାନା , ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ
ପୁରୀ : ବାରମ୍ବାର ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥ ସଂସ୍କୁତି ପ୍ରତି ଅପମାନ କରାଯାଉଛି । ଏପରିକି ମହାପ୍ରଭୁଙ୍କୁ ଓ ପ୍ରସାଦକୁ ନେଇ ବ୍ୟବସାୟ ଆରମ୍ଭ କରାଯାଇଛି । ଏହା ଜଣାପଡିଲା ପରେ ମଧ୍ୟ ପ୍ରଶାସନିକସ୍ତରରେ କୌଣସି ଆଖିଦୁଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଦିନକୁ ଦିନ ଶ୍ରୀଜଗନ୍ନାଥ ସଂସ୍କୁତି ସଂସ୍କୁତି ଓ ପରମ୍ପରାକୁ ଭାଙ୍ଗିବାକୁ ବସିଲାଣି । ଅ ନ୍ଲାଇନ୍ରେ ମହାପ୍ରସାଦ ବିକ୍ରୀକୁ ନେଇ ବିଭିନ୍ନ ସମୟରେ ହୋହଲ୍ଲା ହେଲା ପରେ ବି ଏହା ଉପରେ ରୋକ୍ ଲଗାଇବା ରେ ପ୍ରଶାସନ ଫେଲ ମାରିଛି । ଯାହାଫଳରେ ଗୋଟିଏ ପରେ ଗୋଟିଏ ସଂସ୍ଥା ମହାପ୍ରସାଦକୁ ନେଇ ମନଇଛା ବ୍ୟବସାୟ ଆରମ୍ଭ କରୁଛନ୍ତି । କେତେବେଳେ କିଏ ମହାପ୍ରଭୁଙ୍କ ନିର୍ମାଲ୍ୟକୁ ଅନଲାଇନ୍ ଜରିଆରେ ମାତ୍ରାଧିକ ଦରରେ ବିକ୍ରୀ କଲା ଣିତ ଆଉ କେଉଁ କମ୍ପାନୀ ମହାପ୍ରସାଦ,ଶୁଖିଲାଭୋଗ ସମେତ ଅନ୍ୟାନ୍ୟ ସାମଗ୍ରୀକୁ ବିକ୍ରୀ କରୁଛନ୍ତି ।
ଏହାକୁ ନେଇ ମଧ୍ୟ ସେବାୟତଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ତରଫରୁ ଦୁଢ ଭାବରେ ବିରୋଧ କରାଯାଇ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଂହଦ୍ୱାର ଥାନା ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଭିଯୋଗ କରୁଛନ୍ତି । ହେଲେ ନାଁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନାଁ ସିଂହଦ୍ୱାର ଥାନା । ତେବେ ଅଭିଯୋଗ ପରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନର ଅବହେଳା ପାଇଁ ବାରମ୍ବାର ମହାପ୍ରଭୁଙ୍କ ପ୍ରସାଦକୁ ନେଇ ବଡ ବଡ କମ୍ପାନୀମାନେ ବ୍ୟବସାୟ କରିବାରେ ସଫଳ ହେଉଛନ୍ତି । ତେବେ ଶ୍ରୀମନ୍ଦିରର ଗାରିମାକୁ କ୍ଷୁଣ୍ନ ରଖିବା ପାଇଁ ରାଜ୍ୟ ସ ରକାରଙ୍କ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା ବେଳେ ସେ ନିଘୋଡ ନିଦ୍ରାରେ ଶୟନ କରିଛନ୍ତି । ପୁଣି ପିନରେଷ୍ଟ ନାମକ ଏକ ସଂସ୍ଥା ମହାପ୍ରଭୁଙ୍କ ଦୁଲର୍ଭ ମହାପ୍ରସାଦ,ଶୁଖିଲାଭୋଗ ଏବଂ କେନ୍ଦ୍ର ପର୍ଯ୍ୟଟନ ବିଭାଗ ୱେ ବ୍ସାଇଟ୍ରେ ଶ୍ରୀମନ୍ଦିର ସ୍ଥାନରେ ଅନ୍ୟ ମନ୍ଦିର ଫଟୋକୁ ପୋଷ୍ଟ କରିଛନ୍ତି । ଏହା ଜଣାପଡିଲା ପରେ ମଧ୍ୟ ଅଭିଯୋଗ ହେ ବା ପରେ ମଧ୍ୟ ମୁଖ୍ୟ ପ୍ରଶାସକ ଓ ପୋଲିସ ହାତବାନ୍ଧି ବସିଛନ୍ତି । ତେବେ ଏଭଳି କାର୍ଯ୍ୟକୁ ପ୍ରଶାସନ ବନ୍ଦ କରିବାରେ ବ ।ରମ୍ବାର ବିଫଳ ହେବା ଫଳରେ ଆଗକୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନବାଚୀ ଦେଖାଦେଇଛି ।
ପୁଣି ସିଂହଦ୍ୱାର ଥାନାରେ ଦୁଇ ଅଭିଯୋଗ-କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧିନରେ କାର୍ଯ୍ୟରତ ଇନ୍କ୍ରେଡବଲ ଇଣ୍ଡିଆର ଫେସବୁକ୍ ଏବଂ ୱେବସାଇଟରେ ପୋଷ୍ଟ କରାଯାଇଛି ଶ୍ରୀମନ୍ଦିର ଫଟୋ । ମାତ୍ର ବାସ୍ତବରେ ଏହା ଶ୍ରୀମନ୍ଦିରର ଫଟୋ ନୁହେଁ । ଏହା ବାଲେଶ୍ୱରର ଇମାମ ଜଗନ୍ନାଥମନ୍ଦିର ଫଟୋ । ତେବେ ପୁରୀ ଶ୍ରୀମନ୍ଦିର ଲେଖା ରହିବ ଏବଂ ସେହି ସ୍ଥାନରେ ଶ୍ରୀମନ୍ଦିର ପରିବର୍ତ୍ତେ ଇମାମ ମନ୍ଦିର ଫଟେ ଲଗାଯିବା ଘଟଣା ଅତ୍ୟନ୍ତ ପରିତାପ ଓ ଦୁଃଖଦଘଟଣା । ତେଣୁ ଏହା କୁ ବିରୋଧ କରି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର ସାହୁ ଉକ୍ତ ବିଭାଗର ମନ୍ତ୍ରୀ,ସଚିବ ଓ କମ୍ପା ନୀ କର୍ତ୍ତୁପକ୍ଷଙ୍କ ନାମରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ,ଶ୍ରୀମନ୍ଦିର ସ୍ଥାନରେ ବାଲେଶ୍ୱରର ଜଗନ୍ନାଥ ମନ୍ଦିରର ଫଟୋ ସ୍ଥାନ ପାଇବା ଦ୍ୱାରା କୋଟି କୋଟି ଭକ୍ତଙ୍କ ମନରେ ଆଘାତ୍ ଲାଗିଛି । ତେଣୁ ଉକ୍ତ ଘଟଣାରେ ତୁରନ୍ତ ମାମଲା ରୁଜୁ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।
ସେହିପରି ମହାପ୍ରଭୁଙ୍କ ଦୁଲର୍ଭ ଛପନଭୋଗ ଓ ଶୁଖିଲା ମହାପ୍ରସାଦକୁ ପିନ୍ରେଷ୍ଟ ନାମକ ଏକ ସଂସ୍ଥା ଅନ୍ଲାଇନ୍ ଜରିଆ ରେ ବିକ୍ରୀ କରୁଛି । ପୂର୍ବରୁ ଆମାଜନ ମଧ୍ୟ ଅନଲାଇନ୍ ଜରିଆରେ ନିର୍ମାଲ୍ୟ ଖୋଲାଖୋଲି ଭାବରେ ବିକ୍ରୀ କରୁଛି । ତେ ଣୁ ଏହାକୁ ବିରୋଧ କରି ଶମ୍ଭୁନାଥ ଖୁଣ୍ଟିଆ ମଙ୍ଗଳବାର ସିଂହଦ୍ୱାର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ସେ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ତୁରନ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।