Odisha news

ଦାରିଙ୍ଗବାଡିରେ ମାଣ୍ଡିଆ ବିକ୍ରୟ ସଚେତନ କାର୍ଯ୍ୟକ୍ରମ

0

ଫୁଲବାଣୀ(Santosh Mishra) :  କନ୍ଧମାଳ ଜିଲା ଓଡ଼ିଶା ମିଲେଟ୍ ମିଶନ୍ ତରଫରୁ ଖରିଫ୍ ମାଣ୍ଡିଆ ବିକ୍ରିୟ ନିମେନ୍ତ ଦାରିଙ୍ଗବାଡ଼ି ବ୍ଳକରେ ଆଜି ଗଡ଼ିଛି ମାଣ୍ଡିଆ ବିକ୍ରୟ ସଚେତନ ରଥ । ସ୍ୱେଚ୍ଛାସେବୀ ଅନୁଷ୍ଠିତ ଜାଗୃତି ଓ ସ୍ଥାନୀୟ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳି ବିଧାୟକ ସାଲୁଗା ପ୍ରଧାନ ପତକା ଦେଖାଇ ଉଦଘାଟନ କରିଥିଲେ । ବ୍ଳକର ସମସ୍ତ ୨୫ଟି ପଂଚାୟତରେ ଏହି ସଚେତନତା ରଥ ଗସ୍ତ କରି ଅଞ୍ଚଳବାସୀଙ୍କୁ ସଚେତନ କରିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଓଇଛି ।

ଜାଗୃତି ଅନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ କୌଳାଶ ଦଣ୍ଡପାଟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ , ଗୋଷ୍ଠି ଉନ୍ନୟନ ଅଧିକାରୀ ଅଭିମନ୍ୟୁ ବେହେରା , ତହସିଲ୍ଦାର କଳାକୃଷ୍ଣ ପ୍ରଦାନ , ବ୍ଳକ କୃଷି ଅଧିକାରୀ ବୃନ୍ଦାବନ ବେହେରା , ପାହାଡ଼ି କୃଷକ ଉତ୍ପାଦନ କମ୍ପାନି ସଭାପତି ଶରତ ଚନ୍ଦ୍ର ପ୍ରଧାନ ଓ ଶିଶୁ ବିକାଶ ଅଧିକାରିଣୀ ସକୁନ୍ତଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ ଏହି ଅବସରରେ ମାଣ୍ଡିଆ ଚାଷୀମାନେ ଯେଭଳି ଭାବେ ଉଚିତ୍ ମୂଲ୍ୟ ପାଇବେ ଓ ମାନ ଉପରେ ପ୍ରକାଶ କରିଥିଲେ । ଏନେଇ ବ୍ଳକର ୪ଟି ସ୍ଥାନ ଭ୍ରମରବାଡ଼ି , ଦାରିଙ୍ଗବାଡ଼ି , ସିମନବାଡ଼ି ଓ ବ୍ରାହ୍ମଣୀଗାଁରେ ଚାଷୀ ମାନଙ୍କୁ କ୍ରୟ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।

 

Leave A Reply