ଫୁଲବାଣୀ(Santosh Mishra) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବିଡିଓ ରଶ୍ମିରଞ୍ଜନ ମହନ୍ତଙ୍କ ସରକାରୀ ବାସ ଭବନରେ ବେକରେ ନିଜର ଚୁନି ଲଗାଇ ଆତ୍ମହତ୍ୟା କରିଛନ୍ତି ତାଙ୍କପତ୍ନୀ ସରିତା ସାମଲ(୩୧) । ବୁଧବାର ସଂନ୍ଧ୍ୟା ପ୍ରାୟ ୮.୩୦ ମିନିଟରେ କ୍ୱାଟରରେ ଥିବା ଏକ ଲୁହା ରଡରେ ଝୁଲୁଥିବା ଦେଖି ବିଡିଓ ତାଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାକୁ ରେଫର କରିଥିଲେ ।
ଫୁଲବାଣୀରେ ଡାକ୍ତର ସରିତାଙ୍କୁ ମୃତ ଘୋଷିତ କରିଥିଲେ । ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ଘଟଣା ସ୍ଥଳରେ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହିତ ଏକ ଅପମୃତୁ୍ୟ ମାମଲା ୧୩/୨୦୨୦ ରୁଜ୍ଜୁ କରି ମାମଲାର ତଦନ୍ତ କରୁଥିବା ପୁଲିସ ସୁତ୍ରରୁ ଜଣାପଡିଛି ।
ଉଭୟଙ୍କର ଗତ ୩ ବର୍ଷ ପୁର୍ବେ ପ୍ରେମ ବିବାହ ହୋଇଥିଲା ସେମାନଙ୍କର ଗୋଟିଏ ୨ ବର୍ଷର ଗୋଟିଏ ପୁଅ ଅଛି । ସୁଚନା ଅନୁସାରେ ବିଡିଓ ବୁଧବାର ଦିନ କୌଣସି ଏକ ମିଟିଙ୍ଗରେ ଯୋଗ ଦେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫୁଲବାଣୀକୁ ଆସିଥିଲେ ସଂନ୍ଧ୍ୟାରେ ସେ ଘରେ ପହଂଚିବା ପରେ କୌଣସି କରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ବିଡିଓ ତାଙ୍କ ପୁଅକୁ ଧରି ଘର ବାହାରକୁ ବୁଲିବାକୁ ଆସିଥିଲେ । କିଛି ସମୟ ପରେ ସେ ଘରକୁ ଯାଇ ଦେଖିବା ବେଳକୁ କବାଟ ଭିତରପଟୁ ବନ୍ଦ ଥିଲା । ସେ ପତ୍ନୀ ଙ୍କୁ ଡାକିଥିଲେ ଏବଂ ସେ ଶୁଣି ନଥିଲେ । ଫଳରେ ବିଡିଓ କବାଟ ଫାଙ୍କରେ ତାଙ୍କ ପତ୍ନୀ ଝୁଲୁଥିବାର ଦେଖି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାରେ ଫିରିଙ୍ଗିଆ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।