ମହାଭାରତରେ କିଛି ଏପରି ଘଟଣା ଘଟିଥାଏ ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ରୋଚକ ମଧ୍ୟ ଲାଗିଥାଏ l କୌରଵ ଓ ପାଣ୍ଡବ ମାନଙ୍କ ମଧ୍ୟରେ ୧୮ ଦିନ ଧରି ଚାଲିଥିଲା ମହାଭାରତ ଯୁଦ୍ଧ l ଏହି ଯୁଦ୍ଧରେ ଅଧିକାଂଶ ଯୋଦ୍ଧା ଜୀବିତ ରହିଥିଲେ l ସେହି ମାନଙ୍କ ମଧ୍ୟରୁ ଜଣେ ଦୁର୍ଯ୍ୟଧନଙ୍କ ଭାଇ ଯୁଜୁଛୁ l ଏହି ମହାଭାରତ ଯୁଦ୍ଧରେ ଦୁର୍ଯ୍ୟଧନଙ୍କର ସମସ୍ତ ଭାଇ ମୃତ୍ୟୁ ବରଣ କରିଥିଲେ ସୁଦ୍ଧା ଯୁଜୁଛୁ କିନ୍ତୁ ଜୀବିତ ଥିଲେ l ଯୁଜୁଛୁ କିପରି ବଞ୍ଚି ଯାଇଥିଲେ ସେ ବିଷୟରେ ଆମେ ଜାଣିବା l
ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କର ୧୦୦ ଟି ପୁତ୍ର ଥିଲେ l କିନ୍ତୁ ଧଉତରାଷ୍ଟ୍ରଙ୍କର ଅନ୍ୟ ଦୁଇଟି ପୁତ୍ର ତାଙ୍କ ଦାସୀଙ୍କ ପାଖରୁ ହୋଇଥିଲେ l ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତିଯୁଜୁଛୁ l ଯୁଜୁଛୁ ଅତ୍ୟନ୍ତ ଧର୍ମାତ୍ମା ଥିଲେ ଏବଂ ତାଙ୍କର ଶିକ୍ଷା ରାଜା କୁମାରଙ୍କ ଭଳି ହୋଇଥିଲା ଓ ସେହିଭଳି ସମ୍ମାନ ଦିଆଯାଉଥିଲା l ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା ଯୁଧିଷ୍ଠିର କହିଥିଲେ ଏହା ଧର୍ମର ଯୁଦ୍ଧ ଅଟେ ଓ ଆମକୁ ଅଧର୍ମ ବିରୁଦ୍ଧରେ ଲଢ଼ିବାକୁ ହେବ l ଯଦି କୌଣସି ବ୍ୟକ୍ତି ଅଧର୍ମ ବିରୁଦ୍ଧରେ ଲଢ଼ିବାକୁ ଚାହୁଁଛି ତେବେ ପାଣ୍ଡବ ସେନା ତାଙ୍କୁ ସ୍ୱାଗତ କରୁଛି l ଏହି କଥା ଶୁଣିବା ପରେ ଯୁଜୁଛୁ କୌରବଙ୍କ ସେନା ଛାଡି ପାଣ୍ଡବଙ୍କ ସେନାରେ ଯୋଗ ଦେଇଥିଲେ l
ଯୁଧିଷ୍ଠିର ଯୁଜୁଛୁଙ୍କ କାର୍ଯ୍ୟ କ୍ଷମତା ଓ ବୁଦ୍ଧିକୁ ଦେଖି ସେନାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଦେଖିବାର ବ୍ୟବସ୍ତା ଦାଇତ୍ୱ ତାଙ୍କୁ ଦେଇଥିଲେ l ଯୁଜୁଛୁ ମହାଭାରତ ଯୁଦ୍ଧ ସାରିବା ପର୍ଯ୍ୟନ୍ତ ପାଣ୍ଡବ ସେନାଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲେ l ମହାଭାରତର ଯୁଦ୍ଧପରେ ଯେତେବେଳେ ପାଣ୍ଡବ ମାନଙ୍କୁ ହସ୍ତିନା ପୁରର ରାଜପାଟ ମିଳିଲା ସେତେବେଳେ ଯୁଧିଷ୍ଠିର ଯୁଜୁଛୁଙ୍କୁ ନିଜର ମନ୍ତ୍ରୀ ପଦରେ ବସାଇଥିଲେ l ପାଣ୍ଡବ ମାନେ ହସ୍ତିନା ପୁରର ରାଜ ଗାଦି ସମ୍ଭାଳିବା ପରେ ଧୃତରାଷ୍ଟ୍ର ,ଗାନ୍ଧାରୀ ଓ କୁନ୍ତୀ ଜଙ୍ଗଲରେ ଯାଇ ନିଜର ବାକି ଜୀବନ ଅତିବାହିତ କରିଥିଲେ l ଯେତେବେଳେ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କର ମୃତ୍ୟୁ ହୋଇ ଗଲା ସେହି ସମୟରେ ଯୁଜୁଛୁ ତାଙ୍କର ଅନ୍ତିମ କ୍ରିୟା କରିଥିଲେ l