ମଙ୍ଗଳ ଓ ବୃହସ୍ପତି ମଝିରେ ଅଛି ଏମିତି ଏକ କ୍ଷୁଦ୍ରଗ୍ରହ ଯାହା ପୃଥିବୀରେ ସମସ୍ତଙ୍କୁ କଟିପତି କରିଦେଇପାରିବ । କାରଣ ଏହି କ୍ଷୁଦ୍ରଗହରେ ଅଛି ପର୍ଯ୍ୟାପ୍ତ ଦୁର୍ମୂଲ୍ୟ ଧାତୁ । ବୈଜ୍ଞାନିକମାନେ ପୃଥିବୀଠାରୁ ୨୩୦ ମିଲିୟନ୍ ମାଇଲ୍ ଦୂରରେ ଅବସ୍ଥିତ ଏହି ମହାକାଶୀୟ ପିଣ୍ଡର ନାମ ରଖିଛନ୍ତି ସାଇକ୍ ୧୬ । ଏହା ସୌର ମଣ୍ଡଳର ସବୁଠୁ ଭାରି ବସ୍ତୁ ମଧ୍ୟରେ ଅନ୍ୟତମ । ବହୁ ବର୍ଷ ହେଲା ଏହି ଧାତୁ ଉପରେ ନଜର ରଖାଯାଇଛି । ହବଲ୍ ସ୍ପେସ୍ ଟେଲିସ୍କୋପ୍ ଉପଯୋଗ କରି ବୈଜ୍ଞାନିକମାନେ ଏଥିରେ ମହଜୁଦ ଧାତବ ଦ୍ରବ୍ୟର ମୂଲ୍ୟ ୧୦,୦୦୦ କ୍ୱାଡି୍ରିଲିୟନ୍ ପାଉଣ୍ଡ ହେବ ବୋଲି ଆକଳନ କରିଛନ୍ତି । (୧ରେ ୧୫ଟି ଶୂନ ବସାଇଲେ ହେବ ୧ କ୍ୱାଡ୍ରିଲିୟନ୍ ।) ଅଧିକାଂଶ କ୍ଷୁଦ୍ରଗ୍ରହରେ ଅଛି କେବଳ ପଥର ଓ ବରଫ । କିନ୍ତୁ ସାଇକ୍ ୧୬ ପୂରାପୂରି ଧାତୁରେ ତିଆରି । ସାଇକ୍ ୧୬ ଏକ ପ୍ରକାଣ୍ଡ ସୁନା ପିଣ୍ଡ ବୋଲି କିଛିବର୍ଷ ପୂର୍ବେ ବୈଜ୍ଞାନିକମାନେ ଅନୁମାନ କରିଥିଲେ । ଏହା ସୃଷ୍ଟିର ପ୍ରଥମ ଚରଣରେ କୌଣସି ଏକ ଗ୍ରହର ଅବଶେଷ ଥିଲା ଯାହାକୁ କୁହାଯାଏ ପ୍ରୋଟୋପ୍ଲାନେଟ୍ । କାଳକ୍ରମେ କୌଣସି ମହାକାଶୀୟ ବସ୍ତୁ ସହ ଧMା ହୋଇ ଅଲଗା ହୋଇଗଲା । ସାଇକ୍ ୧୬ ଏବେ ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ପରିକ୍ରମା କରୁଛି । ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରେ ସାଇକ୍ର ସନ୍ଧାନ କରାଯାଇଥିଲା । ବର୍ତ୍ତମାନର ଗବେଷଣାରୁ ଅଧିକ ତଥ୍ୟ ମିଳିଛି । ଏହାକୁ ଅଣାଗଲେ ପୃଥିବୀର ପଣ୍ୟଦ୍ରବ୍ୟର ମୂଲ୍ୟ କିଛି ରହିବ ନାହିଁ, ସବୁ ଦେଶର ସେୟାର ମାର୍କେଟ୍ କ୍ରାଶ୍ କରିଯିବ ଏବଂ ସମଗ୍ର ପୃଥିବୀର ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବ । ନାସା ୨୦୨୨ରେ ସାଇକ୍ ୧୬ ଅଭିମୁଖେ ଏକ ଯାନ ପଠାଇ ଧାତୁ ଖନନ ଉଦ୍ୟମ କରିବ । ଯାନଟି ୨୦୨୬ରେ ସାଇକ୍ରେ ପହଞ୍ଚିବ ।