କନ୍ଧମାଳରେ ଜଣେ କୋଭିଡ ଯୋଦ୍ଧାଙ୍କ ସମେତ ୧୮ ନୁଆଁ କରୋନା ସଂକ୍ରମିତ ଚିହ୍ନଟ : ଜିଲ୍ଲାରେ ମୋଟ ୫,୬୮୬,ଆଜି ଆଉ ଜଣେ ମୃତ
ଫୁଲବାଣୀ,୨ା୧୧(Santosh Mishra) : , ଆଜି କନ୍ଧମାଳରେ ଜଣେ କରୋନା ଯୋଦ୍ଧାଙ୍କ ସମେତ ୧୮ ଜଣ ନୁଆଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୬୮୬ ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୫୩୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ଜିଲ୍ଲାର ଫୁଲବାଣୀ ବ୍ଳକ ଅଂଚଳର ବିଶିପଡାର ଜଣେ ୬୦ ବର୍ଷିୟା ମହିଳାଙ୍କ କରୋନା ଜନିତ ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୧ ରେ ପହଂଚିଛି । ଆଉ ୧୨୪ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ବାଲିଗୁଡା ବିଜ୍ଞାପିତ ଅଂଚଳରେ ଏବଂ ଗ୍ରାମାଂଚଳରେ ମଧ୍ୟ ଜଣେ ଲେଖାଏଁ,ଘୁ.ଉଦୟଗିରି ଅଂଚଳ ଜଣେ,ଚକାପାଦର ୩ ଜଣ,ଦାରିଙ୍ଗବାଡିର ୩ ଜଣ,କ.ନୁଆଗାଁର ଜଣେ,ଫିରିଙ୍ଗିଆର ଜଣେ ଏବଂ ରାଇକିଆ ଅଂଚଳର ଜଣେ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ମିଳିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।