Odisha news

ଏହି କାରଣରୁ ଧନତେରସ ଦିନ ବାସନ କିଣିବା ଶୁଭ ଅଟେ : ଜଣାନ୍ତୁ କାହିଁକି ଜଳାଯାଏ ଦୀପ

0

ଦୀପାବଳି ଗୋଟିଏ ଦିନର ପର୍ବ ନୁହେଁ ,ଏହା ପାଞ୍ଚ ଦିନର ପର୍ବ ଅଟେ ଯାହା ଆରମ୍ଭ ହୋଇଥାଏ ଧନତେରସ ଠାରୁ l ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲୁଥିବା ଏହି ପର୍ବରେ ପ୍ରଥମ ଦିନଟିକୁ ଧନତେରସ କୁହାଯାଇଥାଏ ,ଯାହା କାର୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପଢ଼ିଥାଏ l ଏହି ଦିନ ଭଗବାନ ଧନ୍ଵନ୍ତରୀଙ୍କର ବିଶେଷ ପୂଜା କରାଯାଇଥାଏ l ଲୋକମାନେ ଏହି ଦିନ ସୁନା ଛନ୍ଦି ବ୍ୟତୀତ ବାସନ କୁସନ ମଧ୍ୟ କିଣିଥାନ୍ତି l କିନ୍ତୁ ଏପରି କାହିଁକି କରାଯାଏ ,କଣ ଏହିଦିନ ବାସନ କିଣିବା ଶୁଭ ଫଳର ଆରମ୍ଭ ହୋଇଥାଏ କି ?ଚାଲନ୍ତୁ ଏବିଷୟରେ ଜାଣିବା l

ଏହି କାରଣରୁ କିଣା ଯାଇଥାଏ ବାସନ -ସମୁଦ୍ର ମନ୍ଥନ ସମୟରେ କାର୍ତିକ ମାସର ତ୍ରୟୋଦଶୀ ଦିନ ଭଗବାନ ଧନ୍ଵନ୍ତରୀ ପ୍ରକଟ ହୋଇଥିଲେ l ଯେତେବେଳେ ସେ ପ୍ରକଟ ହେଲେ ତାଙ୍କ ହାତରେ ଗୋଟିଏ କଳସ ଥିଲା ସେଥିପାଇଁ ଏହି ଦିନ ବିଶେଷ ଭାବରେ ବାସନା କିଣିବାର ପ୍ରଥା ରହିଛି l ଏହିଦିନ ଲୋକମାନେ ଷ୍ଟିଲ ,ଆଲୁମିନିୟମର ନୂଆ ବାସନ କିଣି ଘରକୁ ଆଣିଥାନ୍ତି ଯାହାକୁ ଗୋଟିଏ ଶୁଭ ସୂଚନା ଭାବରେ ଗ୍ରହଣ କରାଯାଏ l

୧୩ ଗୁଣ ବୃଦ୍ଧି ହୋଇଥାଏ -ଶାସ୍ତ୍ରର ମାନ୍ୟତା ଅନୁସାରେ ଏହିଦିନ ଆପଣ ଯାହାବି କିଣନ୍ତି ତାହା ୧୩ ଗୁଣ ବଢ଼ିଯାଇଥାଏ l ଏହି କାରଣରୁ ଲୋକମାନେ ଏହି ଦିନ କିଣାକିଣି କରିଥାନ୍ତି l କେବଳ ବାସନ କୁସନ ନୁହେଁ ଧନତେରସ ଦିନ ସୁନା ଓ ଚାନ୍ଦି କିଣିବା ମଧ୍ୟ ଶୁଭ ଅଟେ କିମ୍ବା ଅନ୍ୟ କୌଣସି ଧାତୁ ଯେପରି ତମ୍ବା ,କଂସା କିମ୍ବା ପିତ୍ତଳର ଜିନିଷ ଚାହିଁଲେ ମଧ୍ୟ କିଣି ପାରିବେ l ମାନ୍ୟତା ରହିଛି ଯେ ଧନତେରସ ଦିନ ଏହି ଧାତୁର ଜିନିଷ କିଣିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ମିଳିଥାଏ l

ଘରର ଦକ୍ଷିଣ ଦିଗରେ ଲଗାନ୍ତୁ ଦୀପ– ଏମିତିରେ ଦୀପାବଳୀକୁ ଦୀପ ମାନଙ୍କର ପର୍ବ ବୋଲି କୁହାଯାଇଥାଏ ,କିନ୍ତୁ ଦୀପ ଜଳାଇବାର ପ୍ରଥା ଧନତେରସ ଠାରୁ ଆରମ୍ଭ ହୋଇଥାଏ l ଏହି ଦିନ ଘରର ଦକ୍ଷିଣ ଦିଗରେ ଦୀପ ଜଳାଇବାର ଅନେକ ମହତ୍ୱ ରହିଛି l କୁହାଯାଏ ଯେ ଥରେ ଯମରାଜଙ୍କୁ ତାଙ୍କର ଦୂତ ମାନେ ପ୍ରଶ୍ନ କରିଥିଲେ ଓ ପଚାରିଥିଲେ କଣ ଅକାଳ ମୃତ୍ୟୁରୁ ବଂଚିବା ପାଇଁ କୌଣସି ଉପାୟ ଅଛି ?ସେତେବେଳେ ଯମରାଜା କହିଥିଲେ ମନୁଷ୍ୟ ଧନତେରସ ଦିନ ଘରର ଦକ୍ଷିଣ ଦିଗରେ ଦୀପ ଲଗାଇ ରଖିବା ଦ୍ୱାରା କେବେବି ଅକାଳ ମୃତ୍ୟୁର ଭୟ ରହିବ ନାହିଁ l ଏହି କାରଣରୁ ଆଜି ମଧ୍ୟ ଧନତେରସ ଦିନ ଲୋକମାନେ ଦକ୍ଷିଣ ଦିଗରେ ଦୀପ ଜାଳନ୍ତି l ଦକ୍ଷିଣ ଦିଗକୁ ଯମଙ୍କର ଦିଗ ବୋଲି କୁହାଯାଏ ତେଣୁ ଏହି ଦିନ ଯମପୂଜାର ମଧ୍ୟ ବିଧାନ ରହିଛି l   

Leave A Reply