Odisha news

ତିର୍ତୋଲ ଉପନିର୍ବାଚନ : ବିଜେଡି କୁ ଭୋଟ୍ ଦେବାକୁ ନିବେଦନ କଲେ ନବୀନ

0

ଭୁବନେଶ୍ୱର, ୨୮ ଅକ୍ଟୋବର – ତିର୍ତୋଲ ଉପ ନିର୍ବାଚନ ପାଇଁ ବୁଧବାର ଅପରାହ୍ନରେ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତୋଲ ଉପ ନିର୍ବାଚନରେ ବିଜେଡି ର ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ନବୀନ ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ତିର୍ତୋଲ ଯାଇଥିଲେ ଆପଣମାନେ ବହୁ ସଂଖ୍ୟାରେ ଆସିଥାନ୍ତେ, କିନ୍ତୁ କରୋନା ପାଇଁ ମୁଁ ଆପଣଙ୍କ ସୁବିଧା ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆପଣଙ୍କ ପାଖକୁ ଯାଇପାରିଲିନି । କରୋନା ଦୂର ହେବା ପରେ ମୁଁ ତିର୍ତୋଲ ଯିବି ଓ ବିକାଶ କାମ ବୁଲି ଦେଖିବି । ବିଜେଡି ସହ ତିର୍ତୋଲବାସୀ ସବୁବେଳେ ରହି ଆସିଛନ୍ତି ଏଥର ବି ବିକାଶମୂଳକ କାମ ଆଗେଇ ନେବାକୁ ରହିବେ । ତିର୍ତୋଲର ବିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଆପଣମାନଙ୍କ ଅଂଚଳରେ ବନ୍ୟା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଉଛୁ । ଯୁବକ ଯୁବତୀଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛୁ । ତିର୍ତୋଲରେ ମିଶନ ଶକ୍ତି ମାମାନେ ଭଲ କାମ କରୁଥିବାରୁ ମୁଁ ଖୁସି । ଏମିତି ଭଲ କାମ କରୁଥାନ୍ତୁ, ମୁଁ ଆପଣମାନଙ୍କ ସହ ରହିଛି । କରୋନା ଦୃଷ୍ଟିରୁ ଭୋଟଦାନ କେନ୍ଦ୍ରକୁ ଯିବା ବେଳେ ସୁରକ୍ଷା ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ନବୀନ କହିଛନ୍ତି । ଉଲ୍ଲେଖ୍ୟଯୋଗ୍ୟଯେ ଆସନ୍ତା ୩ ତାରିଖରେ ତିର୍ତୋଲ ଓ ବାଲେଶ୍ୱର ସଦର ଅସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଦଳର ଷ୍ଟାର ପ୍ରଚାରକ ହୋଇଥିବା ବେଳେ ଆଜିଠାରୁ ଭର୍ଚୁଆଲ ପ୍ରଚାର ଆରମ୍ଭ କରିଛନ୍ତି । ଆସନ୍ତାକାଲି ବାଲେଶ୍ୱର ସଦର ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରିବେ ।

 

Leave A Reply