Odisha news

ବହୁ ପ୍ରତୀକ୍ଷିତ ବଡ଼ ଖବର ନ୍ୟୁଜ ଚ୍ୟାନେଲ ର ଉଦଘାଟନୀ ଉତ୍ସବ ନବଗ୍ରହ ରେ ପାଳିତ

0
କୋଣାର୍କ (Sangram Keshari Mohapatra) , ,ଦୀର୍ଘ ଦିନ ର ଅନ୍ତ ପରେ ପବିତ୍ର ଦଶହରା ରେ ଆଜି ଠାରୁ ଆରମ୍ଭ ହେଉଛି ନୂଆ ଏକ ନ୍ୟୁଜ ସାଟେଲାଇଟି ଚ୍ୟାନେଲ ବଡ଼ ଖବର। ଓଡ଼ିଶାର ସାମ୍ବାଦିକତା ଜଗତ ରେ ସ୍ଵତନ୍ତ୍ର ପରିଚୟ ସ୍ଥାପନ କରି ବଡ଼ ଖବର ର ଶୁଭାରମ୍ଭ କରାଯାଇଛି।ଏହି ଅବସର ରେ ବଡ଼ ଖବର ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ରେ ଏହାର ଶୁଭ ଉଦଘଟନ ହେବା ସହ ଏହାର ଉତ୍ତରତର କାମନା କରି ଅର୍କକ୍ଷେତ୍ର କୋଣାର୍କ ର ନବଗ୍ରହ ପୀଠ ରେ ଆୟୋଜିତ ହୋଇଛି ଏକ ପୂଜା ଯଜ୍ଞ।ସାଧାରଣ ଲୋକ ଙ୍କ ସ୍ଵର ରେ ଖବର ପରିବେଷଣ କରିବା, ଲୋକଙ୍କ ଚିନ୍ତା ଧାରା କୁ ଛୁଇଁବା ଓ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବାର ଯେଉଁ ସଂକଳ୍ପ ନେଇ ଶ୍ରୀ ଅଦ୍ଦେନ୍ଦୁ ଦାସ ବଡ଼ ଖବର ର ପରିକଳ୍ପନା କରିଛନ୍ତି ତାହା ନିଶ୍ଚିନ୍ତ ସଫଳ ହେଉ ଏହା ପ୍ରାର୍ଥନା କରି ନବଗ୍ରହ ପୀଠ ରେ ଏହି ପୂଜାର୍ଚ୍ଚନା କରାଯାଇଥିଲା।ଯେଉଁଥିରେ ବଡ଼ ଖବର ର ସ୍ଥାନୀୟ ପ୍ରତିନିଧି ଦୁର୍ଗା ପ୍ରସାଦ ମହାପାତ୍ର ଙ୍କ ସହ ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସମାଜ ସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ବନାଧିକାରୀ ବେଣୁଧର ବେହେରା, ଯୁବ ପରିବେଶ ବିତ ସରୋଜ କୁମାର ଜେନା ଏବଂ ଯୁବ ପ୍ରତିଭା ସୌମ୍ୟ ରଞ୍ଜନ ସାହୁ , କୋଣାର୍କ ପ୍ରେସ କ୍ଲବ ର ଉପସଭାପତି ଅବନୀ ଭୂଷଣ ବାରିକ, ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ କୋଣାର୍କ ଅଞ୍ଚଳ ର ବହୁ ବିଶିଷ୍ଟ ବେକ୍ତି ମାନେ ଉପସ୍ଥିତ ଥିଲେ ଏବଂ ବଡ଼ ଖବର ର ଉନ୍ନତି କାମନା କରିଥିଲେ ।
Leave A Reply