Odisha news

ଦୁର୍ଗା ପୂଜା ମଣ୍ଡପର ବୁଲି ଦେଖିଲେ ଏସପି,କୋଭିଡ ଗାଇଡଲାଇନ ପାଳିବାକୁ ପରାମର୍ଶ

0

ଫୁଲବାଣୀ (Santosh Mishra)  ଫୁଲବାଣୀରେ ସବୁ ଦସହରା ପୂଜାରେ ସହରର ୬ଟି ଯାଗାରେ ଧୁମଧାମରେ ପାଳନ କରାଯାଉଥିବା ଦୁର୍ଗାପୂଜା ଚଳିତ ବର୍ଷ କୋଭିଡ଼ି କଟକଣା ଯୋଗୁଁ ସରକାରଙ୍କର ଗାଇଡ ଲାଇନ ମୁତାବକ ପାଳିବାକୁ ନିଦେ୍ର୍ଧଶ ରହିଛି । ସେଥିପାଇଁ କନ୍ଧମାଳ ପୋଲିସ ବିଭାଗ ତରଫରୁ ସହରରେ ହେଉଥିବା ସମସ୍ତ ଦୁର୍ଗାପୂଜା ମଣ୍ଡପ ସବୁକୁ ପରିଦର୍ଶନ କରି ସେଠାରେ ଆୟୋଜିତ ବ୍ୟବସ୍ଥା ସବୁକୁ ବୁଲି ଦେଖିଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ।

ଫୁଲବାଣୀ ସହରରେ ପୂଜା ପାଉଥିବା ୬ଟି ପୂଜା ମଣ୍ଡପ ଗୁଡିକୁ ନିଜେ ଯାଇ ସେଠାରେ ସମସ୍ତ ପୂଜା କମିଟିର କର୍ମକର୍ତାମାନଙ୍କ ସହିତ କୋଭିଡ଼୍ କଟକଣା ଉପରେ ଆଲେଚାନା କରିବା ସହିତ ପ୍ରାଶାସନିକ ସ୍ତରରେ ନିଆଯାଇଥିବା ସମସ୍ତ ଗାଇଡ଼୍ ଲାଇନ୍ ମାନିବାକୁ ପରାମର୍ଶ ଦେଇଛନ୍ତି ।

ବିଶେଷ କରି ପୂଜା ମଣ୍ଡପରେ ୭ଜଣରୁ ଅଧିକ ନରହିବା ,ସାଧାରଣ ଦର୍ଶନ ବାରଣ ସହିତ କୌଣସି ପ୍ରକାର ଲାଇଟଟ୍ଲଗା ନଯିବା ସହିତ ସାଉଣ୍ଡ ନବାଜିବା ,ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସ୍ଥାନରେ ମୁର୍ତି ବିସର୍ଜନ ଭଳି ବିଭିନ୍ନ ଦିଗ ଉପରେ ଆଲେଚାନା କରିଥିଲେ । ସହରର ମାଦିକୁନ୍ଦାଛକ , ବିଦ୍ୟୁତ୍ ବିଭାଗ , ବସଷ୍ଟାଣ୍ଡ ,ଆର୍.ଟି.ଓ ଅଫିସ ସମ୍ମୁଖ ,ଓଏସ୍ଆରଟିସି କାର୍ଯ୍ୟାଳୟ ଓ ଫୁଲବାଣୀ ସାହି ସ୍ଥିତ ବରାଳଦେବୀ ମନ୍ଦିରରେ ଏହି ପୂଜା ପାଇଁ ଆୟୋଜନ କରାଯାଇଥିବା ବେଳେ ଏସ୍.ପିଙ୍କ ସମେତ ପୋ୍ରବେସନ ଆଇ.ପି.ଏସ୍ ଅଭିନବ ସୋନକର , ସଦର ଏସ୍.ଡ଼ି.ପି.ଓ ମହେନ୍ଦ୍ର ନାଥ ମୁର୍ମୁ ଓ ରିଜର୍ଭ ଇନିସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କ ସହିତ ଏଥରରେ ସାମିଲ ହୋଇଥିଲେ । ।

 

Leave A Reply