ଖଇରା-୨୩/୧୦ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗତୀନାଶିନୀଙ୍କ ମହାସପ୍ତମୀ ପୂଜା ବିନା ଭକ୍ତରେ ପ୍ରଚଳିତ ପରମ୍ପରା ଅନୁସାରେ ସମ୍ପୂର୍ଣ୍ଣ ହୋଇ ଯାଇଛି । ପ୍ରସିଦ୍ଧ ଖଇରା ପୁଜା ମଣ୍ଡପରେ ପଣ୍ଡିତ ଦ୍ୱାରିକାନାଥ ଶତପଥି,ଅନାମନନ୍ଦ ଦାଶ,ପ୍ରଫୁଲ୍ଲ ତ୍ରିପାଠୀଙ୍କ ଦ୍ୱାରା ଚଣ୍ଡୀପାଠ ତଥା ଯଜ୍ଞାଦି କର୍ମ ସମ୍ପାଦିତ ହୋଇଥିଲା ।
ପଦ୍ମଲୋଚନ ଧରଙ୍କ ସମେତ ପୂଜା କମିଟିର ଅନ୍ୟାନ୍ୟ ସଦସ୍ୟଙ୍କ ଦ୍ୱରା ଘଟୋତ୍ତୋଳନ କରାଯାଇଥିଲା । ସଭାପତି ଦୁର୍ଯୋଧନ ସାହୁ ସମ୍ପାଦକ ରାଧାକାନ୍ତ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ପୂଜା ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି ଅନ୍ୟାନ୍ୟ ସୁଣ୍ଢିରା,ଡୁଙ୍ଗୁରା,ମହତୀପୁର ତଥା ଅନ୍ୟାନ୍ୟ ପୂଜା ମଣ୍ଡପ ଗୁଡିକରେ ପୂଜା ସମ୍ପର୍ଣ୍ଣ ହୋଇଛି । ଏହାଛଡା ଜଳଙ୍ଗ ସମେତ ଅନ୍ୟାନ୍ୟ ପୀଠ ଗୁଡିକରେ ଅଷ୍ଟମୀ ମଧ୍ୟ କରାଯାଇଛି ।