Odisha news

ସାଇକେଲରେ ୪୩ ଦେଶ ଭ୍ରମଣ

0

ଦକ୍ଷିଣ ପଞ୍ଜାବସ୍ଥିତ ଲେହର କାମରାନ ଅଲୀ ‘କାମରାନ ଅନ୍‌ ବାଇକ୍‌’ ନାମରେ ଜଣାଶୁଣା । ସେ ତାଙ୍କ ନାମ ପରିବର୍ତ୍ତନ କରି କାମରାନ ଅନ୍‌ ବାଇକ୍‌ ରଖିବାକୁ ଚାହୁଁଛନ୍ତି । ଗତ ୯ ବର୍ଷରେ ସେ ୫୦ ହଜାର କିମି ସାଇକେଲ ଚଲାଇ ୪୩ ଦେଶ ଯାତ୍ରା କରିଛନ୍ତି । କରୋନା ଯୋଗୁ ଏବେ ପାକିସ୍ତାନରେ ଅଟକିଛନ୍ତି । ଅପେକ୍ଷା କରିଛନ୍ତି ଗ୍ରୀନ୍‌ ସିଗନାଲ୍‌ ମିଳିଲେ ପୁନଶ୍ଚ ସାଇକେଲ ପେଡାଲରେ ପାଦ ରଖିବେ । ଯାତ୍ରା ସମୟର ବଛା ବଛା ଫଟୋକୁ ସୋସାଲ ମିଡିଆ ଆକାଉଣ୍ଟରେ ସେୟାର କରିବା ସହ ସେ ବିଷୟରେ ବ୍ଲଗ୍‌ ଲେଖୁଛନ୍ତି । “ଲୋକେ ମୋତେ ଯେତେବେଳେ ପଚାରନ୍ତି, ତୁମେ ଜଣେ କମ୍ପୁ୍ୟଟର ଇଞ୍ଜିନିୟର୍‌ ନା ପର୍ଯ୍ୟଟକ ନା ସାଇକେଲ ଚାଳକ ନା ବ୍ଲଗର୍‌, ମୁଁ ଉତ୍ତର ଦିଏ – ମୁଁ ଯେଉଁ ପରିବେଶରେ ଥାଏ ସେଇଆ ହୋଇଯାଏ । ସବୁବେଳେ ମୋ ରଙ୍ଗ ବଦଳାଏ । କେବେ ବି ନିଶ୍ଚିତ ପରିଚୟ ରଖେ ନାହିଁ । ମୁଁ ଇନ୍‌ଷ୍ଟାଗ୍ରାମରେ ନିଜକୁ ୨୦୧୫ରୁ ବେରୋଜଗାର ପରିଚୟ ଦେଇଆସିଛି ।

Nalco
Leave A Reply