ସମୟ ବଦଳିବାରେ ଲାଗିଛି । ସମୟ ସ୍ରୋତରେ ସବୁକିଛି ବଦଳୁଛି । ଆଜିର ଦିନରେ ୧ ଟଙ୍କାର କୌଣସି ମୂଲ୍ୟ ନାହିଁ । ଏବେ ମାମୁଲି ଲାଗୁଥିବା ଟଙ୍କାରେ ପୂର୍ବେ ଆଲିଶାନ ଘର କିଣି ହେଉଥିଲା । ୧ ଟଙ୍କାରେ ନାଗପୁର ଷ୍ଟେଶନ୍ ତିଆରି ପାଇଁ ଜମିର ସଉଦା କରାଯାଇଥିଲା । ଏହା ସ୍ୱାଧୀନତା ପୂର୍ବର କଥା । ଏହି ରେଲେୱ ଷ୍ଟେଶନ୍ ୧୯୨୫ ଜାନୁୟାରୀ ୧୫ରେ ହୋଇଥିଲା । ଏହାର ନିର୍ମାଣ ପାଇଁ ଖାସ୍ ବଲୁଆ ପଥର ବ୍ୟବହାର କରାଯାଇଥିଲା । ଏହା ଦେଶର ସବୁଠୁ ବ୍ୟସ୍ୱବହୁଳ ରେଲେୱ ଷ୍ଟେଶନ ମଧ୍ୟରୁ ଗୋଟିଏ । ବର୍ତ୍ତମାନ ସମୟରେ ପ୍ରାୟ ୯୨ ଯାତ୍ରୀବାହୀ, ୨୦୦ ମାଲବାହୀ ଓ ୨୨ଟି ଟ୍ରେନ୍ ଏହି ଷ୍ଟେଶନ୍ ଦେଇ ଯାଇଥାଏ ।
