Odisha news

ଅଜଣା ରୋଗ ନେଲାଣି ୭ ଜୀବନ

0

ମାଲକାନଗିରି, ୨ ୨ ଅକ୍ଟୋବର : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ସାନଟେକଗୁଡା ଗ୍ରାମରେ ଅଜଣା ରୋଗରେ ଯାଇଛି ୭ ଗ୍ରାମବାସୀଙ୍କ ଜୀବନ । ଗ୍ରାମରେ ଏହି ଘଟଣାକୁ ନେଇ ଏକ ପ୍ରକାର ଆତଙ୍କ ଖେଳିଯାଇଥିବା ବେଳେ ଗୁଣିଆ ସାଜିଛି ଏକ ମାତ୍ର ସାହା ଭରସା ! କାଲିମେଳା ବ୍ଲକ ଦୂର୍ଗମ ଅଂଚଳ ଭାବରେ ପରିଚିତ ସାନଟେକଗୁଡା ଗ୍ରାମରେ ୫୨ ଆଦିବାସୀ ସମ୍ପ୍ରଦାୟ ର ଲୋକେ ବସବାସ କରୁଛନ୍ତି ! ସେମାନଙ୍କ ପାଇଁ ବିଶୁଦ୍ଧ ପାଣି ସାତସପନ ପାଲଟିଛି । ଗ୍ରାମରେ ଥିବା ନଳକୂଅ ପାଣି ପିଇବା ଉପଯୋଗି ନୁହେଁ । ସେଥିରେ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି । ଲୋକ ମାନେ ବାଧ୍ୟହୋଇ ଏହି ଗୋଳିଆ ପାଣି ପିଇ ମୃତ୍ୟୁମୁଖରେ ପଡୁଥି୍ୱାର ଦେଖିବାକୁ ମିଳିଛି ।ଏଥି ସହିତ ଗ୍ରାମବାସୀମାନେ ନିକଟସ୍ଥ ନାଳ ଓ ଝରଣା ପାଣି ମଧ୍ୟ ପିଇବାକୁ ବାଧ୍ୟ ହେଉଛନ୍ତି । ଗ୍ରାମରେ ୩ ବର୍ଷ ତଳେ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ହୋଇଥିଲେ ମଧ୍ୟ ତାହା ଏବେ ଅକାମୀ ହୋଇପଡ଼ି ରହିଛି । ଫଳରେ ସାନଟେକଗୁଡା ଗ୍ରାମବାସୀ ବିଶୁଦ୍ଧ ପାଣି ଟୋପାଏ ପାଇପାରୁ ନଥିବାର ଅଭିଯୋଗ କରିଛନ୍ତି । ଏହି ଦୂଷିତ ପାଣି ପିଇ ପ୍ରାୟ ୨ମାସଭିତରେ ୭ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି । -ସାନଟେକଗୁଡା ଗ୍ରାମରେ ଗତ ୨ମାସ ଭିତରେ ୭ରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନ ଯାଇଥିଲେ ମଧ୍ୟ ଲୋକମାନେ ଏବେ ବି ସଚେତନ ହୋଇନାହାନ୍ତି । ପାଣି ପିଇ ଯଦି କାହାର ଦେହ ଖରାପ ହୁଏ ଗୁଣିଆ ଦ୍ୱାରା ରୋଗୀମାନଙ୍କୁ ଝଢାଫୂଙ୍କା କରା ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଲୋକମାନେ ଡ଼ାକ୍ତରଖାନାଯିବା ପରିବର୍ତେ ଗୁଣିଆ ନିକଟକୁ ଯିବାର ଦେଖି ବାକୁ ମିଳିଛି।। ଏହି ଗ୍ରାମବାସୀଙ୍କ ନିକଟରେ ଏ ପଯ୍ୟନ୍ତ ପହଂଚି ନାହିଁ ନି କୋଣସି ସରକାରୀ ସଚେତନତା । ଯାହା ଫଳରେ ଏହି ଗ୍ରାମରେ ଲୋକମାନେ ଗୁଣିଗାରେଡି ଉପରେ ଭରସା କରି ଆସୁଛନ୍ତି

Leave A Reply