Odisha news

ଗଭୀର ଅବପାତ ରୂପ ନେବ ଲଘୁଚାପ , ଜିଲ୍ଲାପାଳଙ୍କୁ ଆଲର୍ଟ କଲେ ଏସଆରସି  : ୧୬ ଜିଲ୍ଲାରେ ଅତିପ୍ରବଳ ବର୍ଷା , ସତର୍କତା ଜାରି

0

ଭୁବନେଶ୍ୱର,22I10  : ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି I ସେହି ଗଭୀର ଅବପାତରେ ପରିଣତ ହେବ I ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୫.୮ କିଲୋମିଟର ଉଚ୍ଚତାରେ ରହି ଭୟଙ୍କର ହେଉଛି I ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଏଥିପାଇଁ ରାଜ୍ୟର ୧୬ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଲଗାଣ ବର୍ଷା ସମ୍ଭାବନାକୁ ନଜରରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରି ସ୍ୱତନ୍ତ୍ର ସ୍ୱତନ୍ତ୍ର ରିଲିଫ୍‌ କମିଶନର ପିକେ ଜେନା I 

     ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ  ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି I ତାହା ଅଧିକ ଘନୀଭୂତ ହୋଇ ଅବପାତରେ ରୂପାନ୍ତରିତ ହୋଇଛି I ବାର ଘଣ୍ଟାରେ ତାହା ଗଭୀର ଅବପାତରେ ପରିଣତ ହେବ I ଉକ୍ତ ୱେଲମାର୍କଡ ଲୋ ପ୍ରେସର ଏବେ ଉତ୍ତର-ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ରହିଛି I ସମୁଦ୍ର ପତନ ଠାରୁ ୫.୮ କିଲୋମିଟର ଉଚ୍ଚତା ଯାଏଁ ବାୟୁମଣ୍ଡଳରେ ବ୍ୟାପିଛି । ସମ୍ଭାବ୍ୟ ଅବପାତ ଓ  ପବନର ବେଗ ପାଇଁ ଓଡିଶାର ଗୋପାଳପୁର ଓ  ପୁରୀ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ଅଶାନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ତାହା ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ରହିଛି । ଏହା ଆଗାମୀ ୪୮ ଘଣ୍ଟାରେ ଉତ୍ତର-ପୂର୍ବ ଦିଗରେ ଗତି କରି ଓଡିଶା ଉପକୂଳ ଦେଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି । 

   ଆଇଏମଡ଼ି ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପି କେ ଜେନା କହିଥିଲେ, ଅବପାତ ପ୍ରଭାବରେ ଆସନ୍ତା ଚବିଶ ଘଣ୍ଟାରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ  ଅତି ପ୍ରବଳ ବର୍ଷା ହେବ I ଆଠଟି ଜିଲ୍ଲାରେ ଏନେଇ ସତର୍କ ସୂଚନା ଜାରି ହୋଇଛି। ପବନର ବେଗ ବି ଘଣ୍ଟା ପ୍ରତି 45ରୁ 55 କିମି ରହିବ I ତାହା ବଢ଼ି 60 କିମି ବଢିବ I ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିପାରେ । ରାଜ୍ୟର ୧୬ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ ସୂଚନା ଦେଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିଭଳି ଅନ୍ୟ ୬ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲା ।        ଶ୍ରୀ ଜେନା କହିଥିଲେ,  ଲଗାଣ ବର୍ଷା ସମ୍ଭାବନାକୁ ନଜରରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରି ଦିଆଯାଇଛି I ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । 

   ଗତ ଚବିଶ ଘଣ୍ଟାରେ ରାଜ୍ୟରେ ଦକ୍ଷିଣ ଓ ଉପକୂଳ ଓଡିଶାର ଅଧିକାଂଶ  ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି I ରାଜଧାନୀ ଭୁବନେଶ୍ୱରରେ ଦିନ ତମାମ ବର୍ଷା ହୋଇଛି I ପାଗ କୋହଲା ରହିଛି I ସେହିପରି କଟକ, ପୂରୀ, ଗଞ୍ଜାମ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱରରେ ବର୍ଷା ହୋଇ ଯାଇଛି I ଲଗୁଚାପ ଗଭୀର ଅବପାତରେ ପରିଣତ ହେଲେ ପବନ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି I 

    

 

 

 

 

Leave A Reply